mahavir

ଉତ୍ସବ ମୁଖର କଳ୍ପବାସିନୀ ପୀଠ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବିଭିନ୍ନ ଶକ୍ତିପୀଠ ଏବଂ ଗ୍ରାମଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ସହରର ରିକାପଲ୍ଲୀ ସାହି ସ୍ଥିତ କଳ୍ପବାସିନୀପୀଠର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ କାଳର କଳ୍ପବୃକ୍ଷ ଦ୍ରୁମମୂଳେ ଆସ୍ଥାନ ଜମେଇ ଆସିଥିବା ଏକ ଶିଳାମୂର୍ତ୍ତିକୁ ଏଠାକାର ବାସିନ୍ଦା ପୂଜା ଆରାଧନା କରନ୍ତି । ଏଠାକାର ଆରାଧ୍ୟ ଦେବୀ ଭାବେ ମା’ ବୁଢ଼ୀ ଠାକୁରାଣୀଙ୍କ ପୂଜା ପାର୍ବଣ ଅଧୁନା ଏକ ନିଆରା ପରମ୍ପରା ଭାବେ ପ୍ରଚଳିତ ହୋଇଆସିଛି । ଷୋଡ଼ଶ ଉପଚାରରେ ନବରାତ୍ର ପୂଜା ନବଦିନ ବ୍ୟାପୀ ପାଳିତ ହୋଇ ଆସୁଥିବା ବେଳେ ପ୍ରତିଦିନ ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ ୧୦୮ ଆଳତୀ ବନ୍ଦାପନା ଦର୍ଶନ କରିବା ପାଇଁ ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥାଏ । ଦୈନିକ ସନ୍ଧ୍ୟା ବେଳେ ଦେବୀଙ୍କ, ଗାହାଣ ଗୀତ, ବୀଣାକାର ଗୀତ ଆଦି ଲୋକସଂସ୍କୃତି ପରିବେଷଣ ହୋଇ ଉତ୍ସବ ମୁଖର ହୋଇଉଠିଛି । ଶନିବାର ଦିନ ସନ୍ଧ୍ୟାରେ ଦେବୀଙ୍କ କାତ୍ୟାୟନୀ ବେଶ ଦର୍ଶନ କରି ଅଗଣିତ ଭକ୍ତଗଣ ଆତ୍ମବିଭୋର ହୋଇ ଉଠିଥିଲେ । ଏହି ଦିନ କର୍ତ୍ତା ଭାବେ ବିଶିଷ୍ଟ ସମାଜସେବୀ ଦୀପକ ମୁଦୁଲି, ସସ୍ତ୍ରୀକ ସହ ତାଙ୍କ ପରିବାରବର୍ଗ ପୂଜା କାର୍ଯ୍ୟରେ ଯୋଗଦାନ କରିଥିଲେ । ରବିବାର ଦିନ ଶ୍ରୀ ମୁଦୁଲିଙ୍କ ପୃଷ୍ଠପୋଷକତାରେ ଆୟୋଜିତ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥାପନା ହୋଇଥିବା ବେଳେ ଭକ୍ତମାନେ ସ୍ଵାଦିଷ୍ଟ ଅନ୍ନଭୋଗରେ ଭକ୍ତମାନେ ଆପ୍ୟାୟିତ ହୋଇ ଅଶେଷ ଖୁସିବ୍ୟକ୍ତ କରିଛନ୍ତି । ଦୈନିକ ପାର୍ବଣ କାର୍ଯ୍ୟରେ ମା’ବୁଢ଼ୀ ଠାକୁରାଣୀ ମନ୍ଦିରର ପୂଜା କମିଟିର ସଭାପତି ସୁନୀଲ କୁମାର ଗୌଡ଼, ସମ୍ପାଦକ ବିଜୟାନନ୍ଦ ନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟ ପରିଚାଳକ ତଥା ବିଶିଷ୍ଟ ସମାଜସେବୀ ଦୀପକ୍ ମୁଦୁଲି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଏହି କାର୍ଯ୍ୟକ୍ରମରେ ନୀତିନିଷ୍ଠା ପର ଭାବେ ସୁ-ପରିଚାଳନାର ସହ ଦାୟିତ୍ଵ ନିର୍ବାହ କରିବାରେ ସକ୍ରୀୟ ଅଂଶଗ୍ରହଣ କରିଆସିଛନ୍ତି ।

Leave A Reply

Your email address will not be published.