ପାଇକମାଲ ବ୍ଲକସ୍ତରୀୟ କୁଳିତା ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ କୁଳିତା ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବୁକୁରାମୁଣ୍ଡା ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ କଳସ ଶୋଭାଯାତ୍ରାରେ ପୋଖରୀରୁ ପବିତ୍ର ପାଣି ଆଣି କୁଳିତା ଜାତିର ଇଷ୍ଟଦେବୀ ରଣେଶ୍ୱରୀ ରାମଚଣ୍ଡୀ ଦେବୀ ପୀଠରେ କଳସ ସ୍ଥାପନ କରି ପୁଜାପାଠ କରି ଭୋଗ ଅର୍ପଣ କରାଯାଇଥିଲା । ଏହି ଭୋଗ ପ୍ରସାଦକୁ ସମସ୍ତ ମା, ଭାଇଭଉଣୀ ମାନଙ୍କୁ ବଣ୍ଟନ ପରେ ସାନମାନେ ବଡ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏନେଇ ଅନୁଷ୍ଠିତ ସଭାରେ ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର ଭୋଇ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ପାଇକମାଲ ବ୍ଲକ ସଭାପତି ବିନୋଦ ବିଶ୍ୱାଳ, ସମ୍ମାନିତ ଅତିଥି ଚନ୍ଦୁଲାଲ ପ୍ରଧାନ, ଗଗନ ବାରିକ, ମକର ଧ୍ୱଜ ବିଶ୍ୱାଳ, ଲଖମନ ବେହେରା, ଗୋପାଳ ପ୍ରଧନ, ନିତ୍ୟାନନ୍ଦ ପ୍ରଧାନ, ଧନିରାମ ଭୋଇ, ବାସୁଦେବ ପ୍ରଧାନ, ଶ୍ୟାମଲାଲ ବେହେରା, ଗୋପବନ୍ଧୁ ସାହୁ, ସତ୍ୟଜିତ ତୁରିଆ, ଦିବାକର ପ୍ରଧାନ ପ୍ରମୁଖ ବିଭିନ୍ନ ଅଞ୍ଚଳର ସଭାପତିମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ହାସ୍ୟକବି ଦେବେନ୍ଦ୍ର ସାହୁ, ନୃତ୍ୟଗୁରୁ ସୁରେନ୍ଦ୍ରସାହୁ ଓ ଅନ୍ୟମାନେ ନିଜ ନିଜ ଗ୍ରୁପ ସହ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଏଥିରେ ବହୁସଂଖ୍ୟାରେ ଅଂଚଳର ମା’, ଭାଇଭଉଣୀମାନେ ଯୋଗ ଦେଇଥିଲେ । ଅରକ୍ଷିତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଗତିକ୍ରିଷ୍ଣା ଭୋଇ ଧନ୍ୟବାଦ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନଭୋଗ ଅର୍ପଣ କରାଯାଇଥିଲା । ଏଥିରେ ଜଗଦୀଶ ବାରିକ, ସରୋଜ ବାରିକ, ଚନ୍ଦ୍ରସେନ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.