- “ଖେଳରୁ ଶୃଙ୍ଖଳା ବୋଧ ଶିକ୍ଷା କରାଯାଏ”
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପୁଇଁତଲା ଶିକ୍ଷା ବିଭାଗ ତରଫରୁ ବିଲେଇସର୍ଡା ଜୋନର ବିଲେଇସର୍ଡା, ଛାତମଖନା, ଅଇଁଲାସାରି, ସାଉଁତପୁର, ଦୁର୍ଗାପାଲି ଓ ରାକ୍ସିମୁଣ୍ଡା ହାଇସ୍କୁଲ ତଥା ବିଲେଇସର୍ଡ଼ା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଛତାମଖନା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ବର୍ଷରୁ କମ ଓ ୧୭ବର୍ଷ ରୁ କମ ବାଳକ ଓ ବାଳିକାଙ୍କୁ ନେଇ ଏଥଲେଟିକ ଓ ଫୁଟବଲ ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗଦେଇଥିଲେ । ବିଲେଇସର୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଲେଇସର୍ଡା ସରପଞ୍ଚ ସୁଶାନ୍ତ ଛତ୍ରିଆ, ସମ୍ମାନୀତ ଅତିଥି ଭାବେ ରାକ୍ସିମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ପାତ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଛତ୍ରିଆ ନିଜ ବକ୍ତବ୍ୟରେ ନିଷ୍ଠା, ସାଧନା ଖେଳାଳୀ ମାନଙ୍କର ପ୍ରଧାନ ବ୍ରତ ହେବା ଦରକାର ବୋଲି କହିବା ସହ ଖେଳରୁ ଶୃଙ୍ଖଳାବୋଧ ଶିକ୍ଷା କରାଯାଏ ବୋଲି କହିଥିଲେ । ବ୍ଲକ କ୍ରୀଡା ସମ୍ପାଦକ ସୁଶାନ୍ତ ନାଗ ଖେଳର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଖେଳ ପରିଚାଳନାରେ କ୍ରୀଡା ଶିକ୍ଷୟିତ୍ରୀ ନୀରୋତମା ବିଶ୍ୱାଳ, ସ୍ଵାଗତିକା ବଗର୍ତ୍ତୀ, ସୁମନ୍ତି ପଧାନ, ରଶ୍ମିତା ବିଶ୍ୱାଳ, କ୍ରୀଡା ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ, ରାମ ପ୍ରସାଦ ପୁଟେଲ, ପ୍ରେମାନନ୍ଦ ବିଶି, କାହ୍ନୁ ଚରଣ ନାଏକ, ବିଲେଇସର୍ଡା ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।