jsm

ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ୧୨୦ତମ ଜୟନ୍ତୀ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟର ଅଗ୍ରଣୀ ସଙ୍ଗଠନ ଡକ୍ଟର ଏ.ପି.ଜେ. ଅବଦୁଲ କାଲମ ଜନକଲ୍ୟାଣ ପରିଷଦର ମିଳିତ ଆନୁକୂଲ୍ୟରେ ଖଲ୍ଲିକୋଟ ସ୍ଥିତ ଆପୁଲ୍ ହୋଟେଲ ପରିସରରେ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ୧୨୦ତମ ଜୟନ୍ତୀ ସଭା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ’ ଖଲ୍ଲିକୋଟ ସହରର ଖ୍ୟାତିସମ୍ପନ୍ନ କବି ସାହିତ୍ୟିକ ଐତିହାସିକ ପଣ୍ଡିତ ଗୌରୀଶଙ୍କର ଆଚାର୍ଯ୍ୟଙ୍କ ଆୟୋଜିତ ୧୨୦ତମ ଜୟନ୍ତୀ ସଭାରେ ଓଡିଶାର ବିଶିଷ୍ଟ ସାହିତ୍ୟିକ ଅରବିନ୍ଦ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପଣ୍ଡିତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଚନ୍ଦ୍ର ଶେଖର ହୋତା ଓ ଯୋଗଦେଇ ସଭା କାର୍ଯ୍ୟ ତଦାରଖ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟର ବରିଷ୍ଠ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥ ଯୋଗ ଦେଇ ସ୍ୱର୍ଗତ ପଣ୍ଡିତଙ୍କ ବିସ୍ମୃତିର ନିଦ୍ରାଭଙ୍ଗ, ଖଲ୍ଲିକୋଟର ମାଦଳା ପାଞ୍ଜି ଚିନ୍ମୟ ଖଲ୍ଲିକୋଟ ଓ ପଞ୍ଚତୀର୍ଥ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ, ଜୟଦୁର୍ଗା ଆଚାର୍ଯ୍ୟ, ଶ୍ରୀପ୍ରସାଦ ଆଚାର୍ଯ୍ୟ ଏବଂ ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲମ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ପାଦକ ପଞ୍ଚାନନ ସୁର ପ୍ରମୁଖ ଅତିଥିଗଣ ଯୋଗଦେଇ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ ଜୀବନୀ ଉପରେ ଆଧାର କରି ତାଙ୍କ କୃତ୍ତିତ୍ଵ ସମ୍ପର୍କରେ ପ୍ରତିପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରମ୍ଭାର ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା, ଦକ୍ଷିଣ ଓଡିଶା ସାଂସ୍କୃତିକ ପରିଷଦର ମହାସଚିବ ଦଣ୍ଡପାଣି ମହାପାତ୍ର ପ୍ରମୁଖ ଅଭିଭାଷଣ ଦେଇଥିଲେ । ସ୍ୱର୍ଗତ ପଣ୍ଡିତ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ସୁସାହିତ୍ୟିକା ତଥା ଅଧ୍ୟାପିକା ଡ଼ଃ. ଜ୍ୟୋସ୍ନାରାଣୀ ପ୍ରଧାନ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀର ଏ-ଗ୍ରେଡରେ ଉତ୍ତୀର୍ଣ୍ଣ ଲାଭ କରିଥିବା ଖଲ୍ଲିକୋଟ ବ୍ଲକର ପାଞ୍ଚଜଣ ଛାତ୍ରଛାତ୍ରୀ ମାନଙ୍କୁ ପଣ୍ଡିତ ଗୌରୀ ଶଙ୍କର ଆଚାର୍ଯ୍ୟ ଶିକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

yuvodaya
Leave A Reply

Your email address will not be published.