ସୁନ୍ଦରଗଡ ଲେଖକ ସାମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ମୋକ୍ଷ ପ୍ରାପ୍ତିର ମାର୍ଗ ଓ ଶକ୍ତିପୂଜା ଶୀର୍ଷକ ଆଲୋଚନା ଚକ୍ରର ପ୍ରଥମାର୍ଦ୍ଧରେ ସଭାପତି ବିଶିଷ୍ଟ ସାହିତ୍ୟିକ ଓ କଥାକାର ଭୂପେନ ମହାପାତ୍ର ଯୋଗଦେଇ ଥିବାବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଇଂ ଅଭୟ କୁମାର ଦାସ, ମୁଖ୍ୟବକ୍ତା ଭାବେ ବିଶ୍ରା ସ୍ଥିତ ଏସ୍‌ଆର୍ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରୋଦ କୁମାର ବରାଳ ଯୋଗଦେଇ ମୋକ୍ଷ ପ୍ରାପ୍ତିର ମାର୍ଗ ଓ ଶକ୍ତିପୂଜାର ବିଭିନ୍ନ ଦିଗ ଓ ପୌରାଣିକ ଐତିହାସିକ ପ୍ରୁଷ୍ଠଭୂମି ବିଷୟରେ ଆଲୋଚନା କରିଥିଲେ । ଗୀତାରାଣୀ ବେହେରାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଆସରରେ ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପ ପଠନ କରିଥିଲେ । ସଂପାଦିକା ରଶ୍ମିବାଳା ରାଉତରାୟ ସମ୍ପାଦକୀୟ ବିବରଣୀ ଓ ଅତିଥି ପରିଚୟ ପ୍ରାଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସୁସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ କରିଥିବା ବେଳେ କବି ଗୌତମ ଦାସ ଓ କବି ଉର୍ବଶୀ ଦାଶପତି ପାଠୋତ୍ସବକୁ ସଂଯୋଜନା କରିଥିଲେ । ଏଥିରେ ଡା. ଗୀତାଞ୍ଜଳି ପତ୍ରୀ, ପ୍ରତାପ ପଣ୍ଡା, ଉପେନ୍ଦ୍ର ବସ୍ତିଆ, ଅର୍ଚ୍ଚନା ପାତ୍ର, ବ୍ରହ୍ମାନନ୍ଦ ପାଢୀ, ନିକୁଞ୍ଜ ବିହାରୀ ଦାଶ, ବଳରାମ ଦାଶ, ଅର୍ଚ୍ଚନା ଦେବତା, ସଂଜୀବ ଭୋଇ, ପ୍ରତାପ ତ୍ରିପାଠୀ, ସତ୍ୟନାରାୟଣ ଦାସ, ସଂଯୋଜକ ଦ୍ୱୟ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସବିତା ପରିଡା, ବ୍ରଜକିଶୋର ପାଣି, ସୂର୍ଯ୍ୟମଣୀ ପଣ୍ଡା, ନିରୁପମା ନାୟକଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.