ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଟିଟିଲାଗଡ ରେଳ ଷ୍ଟେସନରେ ଓହ୍ଲାଇ କଳାହାଣ୍ଡି ଜିଲ୍ଲା ଗସ୍ତ ପାଇଁ ଯାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଟ୍ରେନରୁ ଓହ୍ଲାଇବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରି ପାଛୋଟି ଆଣିଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଓ ଅନ୍ୟ ନେତା ଏବଂ କର୍ମୀ । ରେଳ ଷ୍ଟେସନରୁ ବାହାରି ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସମସ୍ତ ନେତାମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଷୟରେ ବିଧାୟକ ନବୀନ ଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ସେ କଳାହାଣ୍ଡି ଗସ୍ତରେ ବାହାରି ଯାଇଥିବା ସୂଚନା ମିଳିଛି ।
