ରାଜ୍ୟ ସରକାରର ଚାଷୀମାରଣ ନୀତିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ସହ ଗଣ ଧାରଣା ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରର ଚାଷୀମାରଣ ନୀତି ଓ କୃଷକ ଅଧିକାରକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଏକ ବିକ୍ଷୋଭ ସହ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଚାଷୀ ଅଧିକାର ଆନ୍ଦୋଳନରେ ଜିଲ୍ଲାର ମଣ୍ଡିମାନଙ୍କରେ ପଡିଥିବା ଧାନ ଉଠାଣ, କଟନି-ଛଟନି ବନ୍ଦ, ଡିଏଲପିସିକୁ ପୁନଃ କାର୍ଯ୍ୟକ୍ଷମ, ରାଜ୍ୟସ୍ତରରେ ହେଉଥିବା ଟୋକନ ବ୍ୟବସ୍ଥା ଉଚ୍ଛେଦ ସହ କେନ୍ଦ୍ର ସରକାର ତରଫରୁ ପ୍ରବର୍ତ୍ତିତ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ଜିଲ୍ଲାର ଚାଷୀଙ୍କୁ ସାମିଲ କରିବା ପରି ୯ଦଫା ଦାବୀରେ ଏହି ଗଣ ଧାରଣା ଦିଆଯାଇଛି । ଗଣ ଧାରଣାରେ ଜିଲ୍ଲା ବିଜେପିର ବରିଷ୍ଠ ନେତୃ ମଣ୍ଡଳୀ ସହ ଶତାଧିକ ଚାଷୀ ସାମିଲ ହୋଇ ନବୀନ ସରକାରଙ୍କ କୃଷକ ବିରୋଧୀ ଯୋଜନାକୁ ନେଇ ନାରାବାଜି କରିଛନ୍ତି । ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତ ୯ଦଫା ଦାବୀପତ୍ରକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ଚାଷୀର ବିକାଶ ଓ ଅଧିକାରକୁ ନେଇ ଆଗାମୀ ଦିନରେ ବିଜେପି ପକ୍ଷରୁ ଗାଁକୁ ଗାଁ ଯାଇ ଜନସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର କହିଥିବା ବେଳେ ବରିଷ୍ଠ ବିଜେପି ନେତା ଅଶୋକ ପୂଜାରୀ ରାଜ୍ୟ ସରକାରଙ୍କ କୃଷକ ନୀତିକୁ କଡା ସମାଲୋଚନା କରି ଆଗକୁ ଦୁର୍ବାର ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.