ମୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ : ମିସ ଟିନ ମହାରାଷ୍ଟ୍ର ହେଲେ ମଡେଲ ଅନନ୍ୟା ଦାସ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର ବରସୁଆଁରେ ରହୁଥିବା ଅନନ୍ୟା ଦାସ ନିକଟରେ ମୁମ୍ବାଇରେ ହୋଇଥିବା ୟୁଏଫଏଲ ମିସ ଟିନ ମହାରାଷ୍ଟ୍ର ସୁପର ମଡେଲ ୨୦୨୫ ଗୌରବ ହାସଲ କରିଛନ୍ତି । ନୃତ୍ୟ, ସଙ୍ଗୀତ ଓ ମଡେଲିଙ୍ଗ ରେ ରୁଚି ରଖିଥିବା ଅନନ୍ୟା ୨୦୨୫ ମସିହା ପାଇଁ ସୁପର ମଡେଲ ସାଜିଛନ୍ତି । ଏଥିପାଇଁ ତାଙ୍କୁ ସୁପର ମଡେଲ ମୁକୁଟ ପ୍ରଦାନ କରାଯାଇଛି । ବିଭିନ୍ନ ବିଭାଗରେ ପ୍ରତିଯୋଗିତାରେ କଡା ଟକ୍କର ଭିତରେ ଅନନ୍ୟା ସମସ୍ତଙ୍କୁ ହରାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୧୭ ବର୍ଷୀୟ ଅନନ୍ୟା ଏବେ ନେରୂଲର ଏସଆଇଇଏସ କଲେଜରେ ବିଏଏମଏମସିର ଦ୍ଵିତୀୟ ବର୍ଷର ଛାତ୍ରୀ ଥିବା ବେଳେ ସେ ମୁମ୍ବାଇର ଭଡାଘର ଅଞ୍ଚଳରେ ରହୁଛନ୍ତି । ଅନନ୍ୟା ଏହି ମୁକୁଟ ଜିତିବା ପରେ ସେ ନିଜର କଠିନ ପରିଶ୍ରମ, ପରିବାରର ସପୋର୍ଟ ଓ ନିଜର ଆତ୍ମବିଶ୍ୱାସକୁ ଶ୍ରେୟ ଦେଇଛନ୍ତି । ଏହି ଉପଲବ୍ଧି ହାସଲ ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.