ଜୟପାଟଣା, (ଶେଷଦେବ ବେହେରା) : ଉମାଶଙ୍କର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ, ଜୟପାଟଣା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଦ୍ଵାରା ବିଦାୟକାଳୀନ ଓ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ, ଗୋଲା ମୁଣ୍ଡା ବି. ଇ. ଓ କାର୍ଯ୍ୟାଳୟକୁ ବଦଳି ହୋଇଯାଇଥିବା ଏ. ବି. ଇ. ଓ ପ୍ରଭାତ କୁମାର ଖମାରିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଏବଂ ଜୟପାଟଣା ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ କାର୍ଯ୍ୟରତ ଥିବା ବରିଷ୍ଠ ସଂସ୍ଥାପକ ବିଶ୍ୱନାଥ ପାଢ଼ୀଙ୍କ ଅବସରଗ୍ରହଣ ସମ୍ବର୍ଦ୍ଧନା ସଭା, ଜୟପାଟଣା ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ସମ୍ମାନୀୟ ଅତିଥି ଭାବେ ଏ. ବି. ଇ. ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରମୋଦ ଠାକୁର, ସମ୍ପାଦକ ଲଳିତ କୁମାର ନାଏକ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ଅସରଫ ଅଲ୍ଲୀ, ପ୍ରାଥମିକ ଶିକ୍ଷକ ସଙ୍ଘ ଉପ ସଭାପତି ସଞ୍ଜୟ କୁମାର ପଣ୍ଡା, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସର ପ୍ରାପ୍ତ ବି. ଇ. ଓ ପ୍ରେମନାରାୟଣ ପଣ୍ଡା, ଅବସରପ୍ରାପ୍ତ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଟିକେରାମ ମାଝୀ, ଗୋଲାମୁଣ୍ଡା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ସୁନୀଲ କୁମାର ଖାନସମା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଯୋଶୀ, ସୁଦର୍ଶନ ସାଗର ଗୋଲାମୁଣ୍ଡା, ଦେବେନ୍ଦ୍ର ଶବର କଳମପୁର, ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଶୋଭାରମ ଜାଲ, ପ୍ରମୁଖ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ବରିଷ୍ଠ ସଂସ୍ଥାପକ ବିଶ୍ୱନାଥ ପାଢ଼ୀ ଏବଂ ଏ, ବି, ଡି, ଓ ପ୍ରଭାତ ଖମାରିଙ୍କୁ ସସମ୍ମାନର ସହ ଆସନ ଅଳଙ୍କୃତ କରେଇ ମାନପତ୍ର ସହବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ବରିଷ୍ଠ ସଂସ୍ଥାପକଙ୍କ କାର୍ଯ୍ୟକଳାପ, କାର୍ଯ୍ୟଦକ୍ଷତା, ମେଳାପୀ, ଅମାୟିକ ବ୍ୟବହାର, ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରି ଥିଲେ । ତାଙ୍କର ଅବଶିଷ୍ଟ ଜୀବନକାଳ ଆତ୍ମୀୟସ୍ୱଜନ, ପରିବାର ବର୍ଗଙ୍କ ସହ ହସଖୁସିର ସହ ବିତେଇବା ପାଇଁ ଏବଂ ଏ. ବି. ଇ. ଓ ନିଜର କର୍ମକୁ ଦକ୍ଷତାର ସହ ସୁଚାରୁରୂପେ ଚଳେଇ ନେବା ପାଇଁ ଉପସ୍ଥିତ ଅତିଥିମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କୁଚଗାଁ ସି. ଆର. ସି. ସି ଅନନ୍ତ ନାରାୟଣ ପଣ୍ଡା ଅତିଥି ପରିଚୟ, ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
