ରାଜ୍ୟସ୍ତରୀୟ ଏନସିସି ଶିବିରରେ ମୟୁରଭଞ୍ଜ ପାଇଁ ଗୌରବ ଆଣିଲେ ଅସନଯୋଡ଼ା ପି ଏମ ଶ୍ରୀ ସ୍କୁଲ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିରରେ ବାରିପଦା ନିକଟସ୍ଥ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅସନଯୋଡ଼ାର ୩୫ ଜଣିଆ ଏନ ସି ସି ଟ୍ରୁପ ଅଂଶଗ୍ରହଣ କରିବା ସହ ଜିଲ୍ଲାପାଇଁ ସଫଳତା ଆଣିଛନ୍ତି । ବିଦ୍ୟାଳୟର ଏନ ସି ସି ଅଫିସର ଉମା ଦେଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ଏହି ଦଳର ଲିଡର ଭାବେ ମାନିନୀ ମୁର୍ମୁ ଓ କମାଣ୍ଡର ଭାବେ ଭୂମିକା ମାଝୀ ସାମିଲ ହୋଇଥିଲେ । ଚଳିତ ମାସ ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଶିବିରରେ ଏହି ଦଳ ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରତିପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଆୟୋଜିତ ସାମୁହିକ ନୃତ୍ୟ ଗୀତରେ ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଦ୍ୟାଳୟରେ ପହଂଚିବାପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଛାତ୍ରୀମାନେ ମହାସମାରୋହରେ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ଖବର ପାଇ ଜିଲ୍ଲା ମଙ୍ଗଳ ବିଭାଗ, ଅବିଭାବକ, ସ୍ଥାନୀୟ ଅଂଚଳବାସୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.