ତୁଷରା, (କେପିଏନ୍ଏସ୍) : ତୁଷୁରା ଗ୍ରୀଡ଼ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସେକ୍ସନ ଅଫିସର ଶୁଭେନ୍ଦୁ ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ସେକ୍ସନର ବରିଷ୍ଠ ଲାଇନମ୍ୟାନ ଲଳିତ କୁମାର ଦାସ ଓ ରାହୁଲ ନାୟକ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ବିଷୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଲାଇନମ୍ୟାନ ପ୍ରଶାନ୍ତ ପୁଟେଲ, ତପନ ମଙ୍ଗଳ, ସୂର୍ଯ୍ୟକିରଣ ନାୟକ, ସଂଜୀବ ସାହୁ, ବିକାଶ ମିଶ୍ର, ସର୍ଜନ ପଧାନ, ବାଳଗୋପାଳ ସାହୁ, ଦିଲୀପ ପଧାନ, ପଦ୍ମଲୋଚନ ଥାପା, ଧର୍ମେନ୍ଦ୍ର ରଣା, ରାକେଶ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ ।