ପ୍ରେରଣା ଦାୟକ ପୁରସ୍କାର କର୍ମଶାଳା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପ୍ରେରଣା ଦାୟକ ପୁରସ୍କାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କର୍ମଶାଳା ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ସିଂ ଭୋଇ ମୁଖ୍ୟ ଅତିଥି ,ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାଧନ କର୍ମୀ ରାଜେଶ କୁମାର ଖମାରୀ ଓ ମାନସ ରଞ୍ଜନ ଶତପଥୀ ପ୍ରେରଣା ଦାୟକ ପୁରସ୍କାର ୨୦୨୫-୨୬ର ନାମାଙ୍କନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ସଭାରେ ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରତ୍ୟେକ ବିଦ୍ୟାଳୟ ୫ଟି ପ୍ରକଳ୍ପ ନାମାଙ୍କନ କରିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ରାଜବୋଡାସମ୍ବର୍ ବ୍ଲକ ଅନ୍ତର୍ଗତ ୪୭ଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ସାଧନ କର୍ମୀ ରାଜେଶ କୁମାର ଖମାରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.