ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୁର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୧୧ ଅଗଷ୍ଟରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ୱ ଅମଲାମାନେ ସାମୁହିକ ଛୁଟିିରେ ରହିବା ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମଧ୍ୟ ସାମୁହିକ ଛୁଟିରେ ଅଛନ୍ତି । ପ୍ରକାଶ ଥାଉକି ଗତ ୮ ତାରିଖ ଦିନ ରାଜସ୍ୱ ଅମଲା ମାନେ ନିଜନିଜ ଅଧିକାରୀଙ୍କୁ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୁରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ରାଜ୍ୟ ରାଜସ୍ୱ ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ସୁଧାକର ମହାପାତ୍ର, ରାଜ୍ୟ ଉପସଭାପତି ସୁରେନ୍ଦ୍ର ବାବୁ, ବଲାଙ୍ଗିର ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ପ୍ରଭାତ କୁମାର ମଲ୍ଲିକ, ସମ୍ପାଦକ ରତିକାନ୍ତ ପୁରୋହିତ, ଗଣମାଧ୍ୟମ ସମ୍ପାଦକ ଜ୍ୟୋତି ପ୍ରକାଶ ସାହୁ ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନ ସମୟରେ ଜନ ସାଧାରଣଙ୍କ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବେ ସେଥି ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଦାୟି ରହିବେ ବୋଲି କର୍ମକତ୍ତା ଚେତାବନୀ ଦେଇଛନ୍ତି । ସେମାନଙ୍କର ଦାବି ଗୁଡିକ ମଧ୍ୟରେ ପ୍ରମୁଖ ଦାବି ଗୁଡିକ ହେଲା ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ମୂଳ ଦରମା ଓଆରଏସ୍ପି -୨୦୧୭ ନିୟମ ଅନୁଯାଇ ଲେବେଲ -୯କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସଂକଳ୍ପ ପତ୍ର ସଂଖ୍ୟା ୯୯୮୯ ତାରିଖ ୧୫.୦୩.୨୪ ଅନୁଯାୟୀ ତଥା ସମସ୍ତ ୩୦ ଗୋଟି ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ୧୯୯୦ ମସିିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେ କୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବା, ସରକାରୀ କର୍ମଚାରୀଙ୍କୁୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଇତ୍ୟାଦି ଅଛି । ଏହି ଆନ୍ଦୋଳନରେ କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ, ଜିଲ୍ଲା ଉପଦେଷ୍ଟା ନୀଳମାଧମ ପଟ୍ଟନାୟକ, ମଦନ ଗେପାଳ ପଧାନ, ର୍କ୍ୟାକାରୀ ସଭାପତି ସୌମ୍ୟରଞ୍ଜନ ପଣ୍ଡା, ସାଂଗଠନିକ ସମ୍ପାଦକ ସୁନିଲ କୁମାର ବିଶି, ଉପସଭାପତି ଦେବୀ ପ୍ରସନ୍ନ ଶତପଥି, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଜୟା ଭାରତୀ, ଶ୍ରୀନିବାସ ତ୍ରିପାଠୀ, ବିଶ୍ୱଜିତ ମହାରଣା, ସଞ୍ଜିବ କୁମାର ସାହୁ, ନୀଳମାଧବ ନାଏକ, ନିଳାମ୍ବର ପାଣ୍ଡେ, ଝସକେତନ ଖାଡିଆ, ସୁନିଲ କୁମାର ସୁନା, ପୂର୍ବତନ ସମ୍ପାଦକ ଚୈତନ୍ୟ ବାଗ, ସୁଜାତା ମିଶ୍ର, ସ୍ୱାଗତିକା ମିଶ୍ର, ବିନୋଦିନୀ ମିର୍ଦ୍ଧା, ଲିପିକା ବେହେରା, ସୁବଳ ଚନ୍ଦ୍ର ଖର୍ସେଲ ଓ ସଂଘର ଅନ୍ୟାନ୍ୟ ସଦସ୍ୟ / ସଦସ୍ୟାମାନେ ଉପସ୍ଥିତ ରହି ଆନ୍ଦୋଳନକୁ ତିବ୍ରତର କରିବାକୁ ମତାମତ ଦେଇଥିଲେ । ଏଥିରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ଯୋଗଦାନ କରିଥିଲେ ।
