ଚନ୍ଦନଭାଟି ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିରେ ଇତି ମଧ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସାରସ୍ୱତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବରେ କବିଙ୍କର ବିଭିନ୍ନ କାବ୍ୟକୃତି ବିଷୟରେ ଆଲୋଚନା କରିଥିଲେ । ସଭାକୁ ସଂଯୋଜନା କରିଥିଲେ ସଂସ୍କୃତ ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାସ । ଏହି ସଭାକୁ ସଫଳ କରିବାରେ ଅଧ୍ୟାପିକା ଫୁଲମାନି ବୁଡ, ଅଧ୍ୟାପକ ହିମାଂଶୁ ମେଲ୍ଲୀ ଏବଂ ପ୍ରାଧ୍ୟାପକ ଦଧିବାବନ ପଧାନ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ହୃଦାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.