ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିନ୍ମୟୀ ପାଣିଗ୍ରାହୀଙ୍କ ରୁଗୁଡିପଡା ବାସଭବନରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ସ୍ୱରାଜ ହସପିଟାଲରେ ଚିକିତ୍ସାଧୀନ ଥିଲେ । ସେ ଜଣେ ଶିକ୍ଷୟିତ୍ରୀ ତଥା ଶିବାନନ୍ଦ ଆଶ୍ରମରେ ଆନ୍ତରିକ ଭାବେ ସମୃକ୍ତ ଥିଲେ ଓ କିଛି ସମୟ ସେହି ଆଶ୍ରମର ଉପସଭାପତି ଦାୟିତ୍ୱ ମଧ୍ୟ ତୁଳାଇଥିଲେ । ସେ ସ୍ୱର୍ଗତ ସ୍ୱପ୍ନାନନ୍ଦ ପାଣିଗ୍ରାହୀଙ୍କ କନ୍ୟା ତଥା ସ୍ୱର୍ଗତ ଓଁକାର ପାଣିଗ୍ରାହୀଙ୍କର ଭଉଣୀ ଥିଲେ । ମୃତ୍ୟୁ ଶଯ୍ୟାରେ ତାଙ୍କ ପାଶ୍ୱର୍ରେ ତାଙ୍କର ଭାଇ ଡାକ୍ତର ଓମ୍ ପ୍ରକାଶ ପାଣିଗ୍ରାହୀ ଓ ଭଉଣୀ ମୃଗ୍ନୟୀ ମିଶ୍ର, ଜ୍ୱାଇଁ କିଶୋର ମୋହନ ମିଶ୍ର, ଭାଇ ବୋହୁ ନିବେଦିତା ପାଣିଗ୍ରାହୀ ଓ ଝିଆରୀ ଢୁଲିପ ସୁମନ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ହୋଇଯାଇଛି । ରୁଗୁଡିପଡା ଓ ଶିବାନନ୍ଦ ଆଶ୍ରମ ରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Prev Post