କିଟ ପକ୍ଷରୁ ବ୍ଲକସ୍ତରୀୟ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା : କିଟ ପକ୍ଷରୁ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଗତକାଲି ଅର୍ଥାତ ବୁଧବାର ଦିନ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ କିଟର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ୧୨୦ଜଣ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସ୍ଥାନୀୟ ସଂରପଚ ଟି.ରାଜଲକ୍ଷ୍ମୀ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.