csstore

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ବିଶ୍ୱ ଆଦିବାସୀ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ରାଉରକେଲା ବିର୍ସା ଛକ ସ୍ଥିତ ଆଦିବାସୀ ମାନଙ୍କ ମସିହା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ତଳେ ଏକଜୁଟ ହୋଇ ପୁଷ୍ପମାଲ୍ୟ ଏବଂ ପୁଷ୍ପଗୁଚ୍ଛ ଅର୍ପଣ କରି ବୀର ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଉଦ୍ଦେଶ୍ୟରେ ନାରା ଦେଇଥିଲେ । ଏହି ଆଦିବାସୀ ଦିବସ ପାଳନ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାସ ଦେଶରେ ଆଦିବାସୀ ମାନଙ୍କ ପାଇଁ ଏବଂ ଆଦିବାସୀଙ୍କ ଜଳ, ଜଙ୍ଗଲ ଆଉ ଜମିନ ପାଇଁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପେସା ଆଇନ ପ୍ରଣୟନ କରିବା ପାଇଁ ଲଢେଇ କରୁଥିବା କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଗଣେଶ ପ୍ରଧାନ ବରିଷ୍ଠ ନେତା ବରୀୟମ ସିଂହ, ସନ୍ତୋଷ ବିଶ୍ୱାଳ, ସୁନୀଲ ପଟ୍ଟନାୟକ, ସବୀର ହୁସେନ, ବିନୋଦ ରାଉତ, ବ୍ଲକ ସଭାପତି ରଘୁନାଥ ଦାସ, ସୁନୀଲ ପଟ୍ଟନାୟକ, ସୁଧୀର ନାଥ, ରବୀନ୍ଦ୍ର ନାୟକ ଯୁବ କଂଗ୍ରେସ ନେତା ଇସ୍ତେହାର ମୋହମ୍ମଦ, ରତିକାନ୍ତ ମଲ୍ଲିକ, ମନ୍ମଥ ସୁତାର, ନାରୀନେତ୍ରୀ ସୁଶ୍ରୀ ରଞ୍ଜିତା ମଲ୍ଲିକ, ସରିତା ଟପ୍ପୋ , ମଞ୍ଜୁ ସିଂହ , ଅମ୍ରିତ କୌର, ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.