ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପରିବେଶ ବିନା ଜୀବନ ନାହିଁ । ପରିବେଶର ସୁରକ୍ଷା ଅତି ଜରୁରୀ । ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ପବିତ୍ର ରକ୍ଷା ବନ୍ଧନରେ ବୃକ୍ଷ ସହ ରକ୍ଷା ବନ୍ଧନ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ମୁରିବାହାଲ ବ୍ଲକ ଗୋଇମୁଣ୍ଡ ବିଦ୍ୟାଳୟ ପରିସରରେ ରକ୍ଷା ବନ୍ଧନ ପାଳିତ ହୋଇଛି । ଗଛ ଗୁଡିକରେ ରାକ୍ଷୀ ବନ୍ଧାଯାଇ ଗଛର ସୁରକ୍ଷା ନେଇ ସଂକଳ୍ପ ନିଆଯାଇଥିଲା । ପାଠ ପଢ଼ିବା ସହ ନିଜ ମାମୁଁଘର ଗାଁରେ ରହି ଚାରା ରୋପଣ ସହିତ ଏହାର ଯତ୍ନ ଓ ସୁରକ୍ଷା କରି ଆସୁଛନ୍ତି ବେଲାରସେନ ଭୋଇ । ଯୁକ୍ତ ୨ କଳାରେ ଅଧ୍ୟୟନ ସହିତ ଚାରା ରୋପଣ ଓ ଏହାର ଯତ୍ନ କରି ଆସୁଛନ୍ତି । ପରିବେଶର ସୁରକ୍ଷା ନିତାନ୍ତ ଆବଶ୍ୟକ ରହିଛି । ସମସ୍ତେ ଚାରା ରୋପଣ କରିବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଓ ଶିକ୍ଷକ ପ୍ରଶାନ୍ତ ମହାନ୍ତି ଯୋଗଦେଇ ଉତ୍ସାହିତ କରିଥିଲେ ।
