ମାର୍ଚ୍ଚରେ ଅନୁଷ୍ଠିତ ହେବ ୩୧ତମ ରାଜ୍ୟ ଚଳଚିତ୍ର ଓ ୮ମ ଟେଲି ପୁରସ୍କାର ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ତରଫରୁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ ଆସନ୍ତା ମାର୍ଚ୍ଚ ମାସରେ ଆୟୋଜନ ନିମନ୍ତେ ଆଜି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପୂର୍ବରୁ ବିଜ୍ଞାପନ ପ୍ରକାଶ ପାଇ ଦରଖାସ୍ତ ଗ୍ରହଣ ଶେଷ ତାରିଖ ଫେବୃଆରୀ ୨୦ ତାରିଖ ରଖାଯାଇଛି । କୋଭିଡ୍‌ ସକାଶେ ଗତବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିନଥିଲା । ତେବେ ପ୍ରତିଥର ଚଳଚ୍ଚିତ୍ରରେ ୨୭ଟି ବିଭାଗ ଏବଂ ଟେଲି ପୁରସ୍କାର ପାଇଁ ୨୦ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ ସକାଶେ ଦରଖାସ୍ତ ଆହ୍ୱାନ କରାଯାଇଥିବା ବୈଠକରେ ପ୍ରକାଶ କରାଯାଇଥିଲା । ଚଳିତଥର ଏହି ଉତ୍ସବକୁ ଆୟୋଜନ ସକାଶେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନଗମକୁ ଦାୟିତ୍ୱ ଅର୍ପଣ କରାଯାଇଛି । ତେବେ ଜୁରୀ ଚୟନ ଓ ପୁରସ୍କାର ଚୂଡ଼ାନ୍ତ କାର୍ଯ୍ୟ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ କରାଯିବ । ଏହି ଉତ୍ସବ କିପରି ବହୁଳ ଭାବେ ପ୍ରଚାର ପ୍ରସାର ହୋଇପାରିବ ସେ ଦିଗରେ କେତେକ ଉପାଦେୟ କାର୍ଯ୍ୟକ୍ରମ ହାତକୁ ନେବାକୁ ବୈଠକରେ କୁହାଯାଇଥିଲା । ଏପରିକି କୋଭିଡ ନିୟମ ଅନୁସରଣ ପୂର୍ବକ ବିଶିଷ୍ଟ ଅତିଥିଙ୍କ ଦ୍ୱାରା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା, ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା, ପୁରସ୍କାର ରାଶିକୁ ବୃଦ୍ଧି କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବରୁ ପର୍ଯ୍ୟଟନ ବିଭାଗ କିପରି ପର୍ଯ୍ୟଟନକୁ ଆକୃଷ୍ଟ କରିପାରିବ ସେ ଦିଗରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ କେତେକ ଜରୁରୀ ଆନୁଷଙ୍ଗିକ କାର୍ଯ୍ୟ ଯଥାଶୀଘ୍ର ହାତକୁ ନେବାକୁ ଏକାଡେମୀକୁ କୁହାଯାଇଛି । ଏହି ବୈଠକରେ ଓଡ଼ିଶା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନୁଗମର ସଚିବ ନିତିନ ଭାନୁଦାସ ଜୱାଲେ, ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ଯୋଗଦେଇଥିଲେ ।

Leave A Reply

Your email address will not be published.