csstore

ଡାହିମାଲ କ୍ଲଷ୍ଟରର‌ ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଉଳଗୁଡ଼ିଠାରେ ଡାହିମାଲ କ୍ଲଷ୍ଟରର‌ ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ଶିଶୁ ବାଟିକା,, କାର୍ଯ୍ୟନିର୍ଘଣ୍ଟ ବିଦ୍ୟାଳୟ ବିକାଶ ଯୋଜନା, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ଯୋଜନା ଜୁଲାଇ ମାସର ଶୈକ୍ଷିକ କ୍ୟା୍ଲେଣ୍ଡେର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଜଗବନ୍ଧୁ ଭୋଇ, ମନୋରଞ୍ଜନ ଭୋଇ ପିତବାସ ମହାଲିଙ୍ଗ, ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ପୋଷଣ କରିଥିଲେ । ତଦାରଖ ପାଇଁ ଗୁଡଭେଲା ବ୍ଲକର କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାମର୍ଥ ଯୋଗଦେଇ ବ୍ଲକ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ସୁନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଦେବାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୁଡ଼ଭେଲା ସୁରେନ୍ଦ୍ର ସୁନାଙ୍କୁ ଅବସର ବିଦାୟ କାଳୀନ ସମ୍ବର୍ଦ୍ଧନା ସ୍ମୃତି ଚିହ୍ନ ପଦକ ସହ ଉପଢୌକନ ପ୍ରଦାନ କରିଥିଲେ ଗୋଷ୍ଠୀ ଶିକ୍ଷା ଅଧକାରୀଗୁଡ଼ ଭେଲା ନମିତା ରାଣୀ ଭୋଇ ତାଙ୍କର ବହୁମୂଲ୍ୟ ସମୟ ଦେଈ ନୂତନ ଦିଗଦର୍ଶନ, ତଥା ବିଭିନ୍ନ ସମସ୍ୟାର ସମାଧାନ ଆଲୋଚନା କରିଥିଲେ । ଶିକ୍ଷକ ସୁଶାନ୍ତ ମେହେର ମୋଳିକ ସାକ୍ଷରତା ଓ ଶିକ୍ଷକ ପ୍ରଶାନ୍ତ କୁମାର ସୁନା ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ । ଶିକ୍ଷକ କଳାକୃଷ୍ଣ କୁମୁରା, ଦେବରାଜ ମାଝୀ, ଚମରୁ ଥପା, ପୁଷ୍ପା ମାଝୀ, ବିକାଶ ଜେନା, ଅଶୋକ ଝଙ୍କାର, ସତ୍ୟ ପ୍ରକାଶ ସାହୁ, କାଳୁଚରଣ ସେଠି, ମୈତ୍ରୀ ସାହୁ ଶଶି ଭୋଇ, ସବ୍ୟସାଚୀ ଡାଙ୍ଗ, ରାଜେଶ ଭୋଇ, ଜିବାନନ୍ଦ ବୁଦ୍ଧିଆ, ମଧୁମିତା ଶାମଲ, ଦୀନେଶ ସାହୁ, ମୋହନ ଭୋଇ ରାଜ କିଶୋର ଝାଙ୍କର, ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.