କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲ ବେଢ଼ା ପଞ୍ଚାୟତ ଅଧିନସ୍ଥ ବାଡ଼ମ ଗୁଡ଼ାରେ ବଜ୍ରାଘାତ ଘଟି ୭ଗୋରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଗୁଆଳି ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତର ଜଗୁଆଳି ଜଣକ ହେଲେ ନକୁଳ ପ୍ରଧାନୀ( ୨୦) । ତାଙ୍କୁ ତୁରନ୍ତ ୧୦୮ଆମ୍ବୁଲାନ୍ସରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ନେଇ ସ୍ଥାନୀୟ ସରପଞ୍ଚ ମହେଶ୍ୱର ଗାଦାବା ସୂଚନା ଦେଇଛନ୍ତି । ସରପଞ୍ଚଙ୍କ କହିବା ଅନୁସାରେ ଆଜି ଦିନ ଦ୍ୱିପ୍ରହରରେ ଗାଁ ନିକଟସ୍ଥ ଆମ୍ବ ତୋଟା ଗଛ ମୂଳରେ ଗୋରୁ ଗୋଠ କରି ରହିଥିଲେ । ଏହି ସମୟରେ ହଠାତ୍ ବର୍ଷା ସାଂଗକୁ ଘଡଘଡି ହୋଇ ବଜ୍ରାଘାତ ହୋଇଥିଲା । ଏଥିରେ ୭ ଗୋରୁ ମୃତ୍ୟୁ ହୋଇଥିବାବେଳେ ଜଗୁଆଳି ନକୁଳ ପ୍ରଧାନୀ ଚେତା ଶୂନ୍ୟ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ସମ୍ପର୍କୀୟ ଲୋକ ସରପଞ୍ଚକୁ ଖବର ଦେବା ସହ କୋରାପୁଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ନେଇଥିବା ଜଣାପଡ଼ିଛି ।