jsm

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଓଡିଶା ବନ୍ଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ତଥା ମୃତ ଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବା, ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଏହାର ରିପୋର୍ଟ ୭ଦିନ ମଧ୍ୟରେ ସର୍ବସାଧାରଣରେ ପ୍ରକାଶ କରିବା, ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଏବଂ ଦୀର୍ଘାମାସ ଧରି ଛାତ୍ରୀଙ୍କ ଯୌନ ନିର୍ଯ୍ୟାତନା, ମାନସିକ ନିର୍ଯ୍ୟତନା ଓ ଏକାଡେମୀ ହାରାସମେଣ୍ଟ ସେଲର ଅଭିଯୋଗକୁ କର୍ଣ୍ଣପାତ କରିନଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉକ୍ତ ଉଛ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା, ସମସ୍ତ ଶିକ୍ଷାନୁଷ୍ଠାନ ପରିସର ଭିତରେ ଏବଂ ବାହାରେ ଛାତ୍ରୀମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଏକାଡେମୀକ ହାରାସମେଣ୍ଟର ଥ୍ରେଟ କଲଚର ବନ୍ଦ କରିବା ଏବଂ ଛାତ୍ରିମାନଙ୍କୁ ସମସ୍ତ ପ୍ରକାର ନିରାପତ୍ତା ପ୍ରଦାନ କରିବା ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ବନ୍ଦ ଆହ୍ୱାନରେ ଆଜି ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବନ୍ଦ ପାଳନ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ ଏସୟୁସିଆଇ(ସି) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଅଶୋକ ମିଶ୍ର । ଦଳର ଜିଲ୍ଲା ସମ୍ପାଦକ କମ୍ରେଡ ସୁନୀଲ ଭୋଇ, ଜିଲ୍ଲା କମିଟି ସଭ୍ୟ ତାମସ କୁମାର ବେହେରା, ମଧୁସୁଦନ ବାଗ, ଗୌରୀ ରାଉତ, ଅହଲ୍ୟା ସାହୁ, ସିନ୍ଧୁ ବନଗୁଳା ସହ ଶତାଧିକ ଲୋକ ସାମିଲ ଥିଲେ । ବନ୍ଦକୁ ସ୍ୱତପୂର୍ତ୍ତ ସମର୍ଥନ ଦେଇ ସଫଳ କରିଥିବାରୁ ସମସ୍ତ ସ୍ତରର ଜନସାଧାରଣଙ୍କୁ ଦଳ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି ।

yuvodaya
Leave A Reply

Your email address will not be published.