jsm

ଆସନ୍ତା ୧୭ ଭାରତବନ୍ଦ ପାଇଁ ସାମ୍ବାଦିକ ସମ୍ମିଳନୀ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୭ ତାରିଖ ଦିନ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ ଜଣାଇ ମିଳିତ ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସର ସଭାପତି ଜ୍ଞାନେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିପିଆଇ, ସିପିଆଇ, ସିପିଆଇ ଏମର କର୍ମକର୍ତ୍ତା ସର୍ବଶ୍ରୀ ସଦାନନ୍ଦ ସାହୁ, ରାଜକିଶୋର ପ୍ରଧାନ, ଜାହାଙ୍ଗୀର ଅଲ୍ଲୀ, ଗଣେଶ ପ୍ରଧାନ, ଶ୍ରୀମନ୍ତ ବେହେରା, ପ୍ରମୋଦ ସାମଲ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଶାସକ ଦଳର ନିଷ୍କ୍ରିୟତା ମୁଖ୍ୟତଃ ସୌମ୍ୟାଶ୍ରୀ ମୃତ୍ୟୁର ମୁଖ୍ୟ କାରଣ । ସେ ଅଧ୍ୟାପକଙ୍କ ଯୌନ ଆବେଦନ ଓ ଅନ୍ୟାନ୍ୟ ନିର୍ଯ୍ୟାତନାର ଶିକାର ହୋଇ ଅଧ୍ୟକ୍ଷ, ପୁଲିସ ଅଧିକାରୀ, ବାଲେଶ୍ଵର ସାଂସଦ, ବିଧାୟକ, ଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରମୁଖଙ୍କୁ ଜଣାଇଥିଲେ ହେଁ ଏଥିପ୍ରତି ଧ୍ୟାନ ନଦେବାରୁ ସେ ମର୍ମାହତ ହୋଇ ଆତ୍ମଦାହ କରିବା ଭଳି ଚରମ ପଦକ୍ଷେପ ନେଲେ । ସ୍ୱର୍ଗତା ବିଶିଙ୍କୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଦେଖିବାକୁ ଯାଇଥିବା ବେଳେ ଏବିଭିପିର କର୍ମକର୍ତ୍ତାମାନେ ଖୁସିରେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିବା କେବେବି ଗ୍ରହଣୀୟ ନୁହେଁ । ମୋହନଙ୍କ ଗତ ଏକ ବର୍ଷ ଶାସନ କାଳରେ ନାରୀ ନିର୍ଯ୍ୟାତନା ସବୁଠାରୁ ଅଧିକ ଓ ଏଥିପାଇଁ ମହିଳା ମାନେ ସୁରକ୍ଷିତ ମଣୁନାହାଁନ୍ତି । ତେଣୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଏକ ବ୍ୟବସ୍ଥା ଗତ ହତ୍ୟା ବୋଲି ଅଭିଯୋଗ କରି ଏଥିପାଇଁ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯାଇ ଏହି ଘଟଣାରେ ପରୋକ୍ଷ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ୮ଟି ବିରୋଧୀଦଳର ସମର୍ଥନରେ ହେବାକୁ ଥିବା ଭାରତ ବନ୍ଦରେ ଜରୁରୀ ସେବାକୁ ଛାଡ କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହି ୧୨ଘଣ୍ଟିଆ ବନ୍ଦ ସମୟରେ ବିଶ୍ରାଛକରୁ ଏକ ମଟରସାଇକେଲ ରାଲି ପାନପୋଷ ସ୍ଥିତ ମହାତ୍ମାଗାନ୍ଧୀ ଛକ ପର୍ଯ୍ୟନ୍ତ ଯିବ । ଏହି ବନ୍ଦରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ କରିବାକୁ ଅନୁରୋଧ କରାଯାଇଛି ।

yuvodaya
Leave A Reply

Your email address will not be published.