ppurohit

କୋଏଲ ନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ ସମାରୋହ ଓ ନିଳାଦ୍ରୀ ବିଜେ

2nd

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ତରଫରୁ ବାହୁଡ଼ା ଯାତ୍ରାରୁ ଭଜନ ପରିବେଷଣ, ନୃତ୍ୟ ଓ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖରେ ବାହୁଡା ଯାତ୍ରା, ସ୍ୱରବ୍ରହ୍ମ ତରଫରୁ ଭଜନ ପରିବେଷଣ, ୬ ତାରିଖରେ ସୁନାବେଶ ଓ ବାପି ଡ୍ୟାନ୍ସ ଗୃପ ଦ୍ୱାରା ନୃତ୍ୟ ପରିବେଷଣ, ୭ ତାରିଖ ଦିନ ରବିନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଭଜନ ପରିବେଷଣ ଓ ୮ ତାରିଖ ଦିନ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ବ୍ରଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ଦିରର ପାଟରାଜା ଦାୟିତ୍ଵ ତୁଲାଇଥିବା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଡ଼ଃ ସନାତନ ପ୍ରଧାନ, ରାମକୃଷ୍ଣ ତ୍ରିପାଠୀ, ମନୋଜ କୁମାର ପଣ୍ଡା, ଶର୍ମିଷ୍ଠା କବିଶତପଥୀ, ପ୍ରଦୀପ ପଣ୍ଡା, ଅମୂଲ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଶିଷ୍ଟ ଭଜନ ଗାୟକ ରବିନ୍ଦ୍ର ମହାପାତ୍ରଙ୍କ ସହ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ସୁନିତା ବିଶ୍ୱାଳ, ଶ୍ରଦ୍ଧାଶ୍ରୀ ପାତ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲା ବେଳେ ବାଦ୍ୟଯନ୍ତ୍ରରେ ଜଗନ୍ନାଥ ଦାସ, ବଂଶୀଧର ସାହୁ, ଅରବିନ୍ଦ ସାହୁ, ପି ପାତ୍ର, ସାଗର, ସ୍ୱୟଂ ଶୁଭମ, ଶ୍ରୀତମ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ନିଳାଦ୍ରୀ ବିଜେରେ ଏକ ନୃତ୍ୟ ନାଟିକା ଅନୁଷ୍ଠିତ ହୋଇଥିଲା । ଏଥିରେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ଲକ୍ଷ୍ମୀ, ଲଳିତା, ବିଶାଖା ଚରିତ୍ରରେ ପ୍ରତାପ କୁମାର ନାୟକ, ବାପି ପଲାଇ, ଅମ୍ରିତା ପ୍ରିୟଦର୍ଶିନୀ, ଅନୁଶ୍ରୀ ଦାଶ, ଆଦ୍ୟାଶା ପାତ୍ର, ସ୍ୱାତୀ ବେହେରା ପ୍ରମୁଖ ଅଭିନୟ କରିଥିଲେ । ଶେଷରେ ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କୁ ମିଠା ଖୁଆଇ ମାନଭଞ୍ଜନ କରିବା ସହ ନିଳାଦ୍ରୀ ବିଜେ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।

Leave A Reply

Your email address will not be published.