
ବଣାଇ : ସରଣ୍ଡା ଜଙ୍ଗଲରେ ଆଇଡି ବ୍ଲାଷ୍ଟ୍ । ଜଣେ ଯବାନ ଗୁରୁତର । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଝାଡ଼ଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି । ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତକାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର୍ ଜବତ କରିଥିଲେ ଝାଡ଼ଖଣ୍ଡ ଯାଗୁଆର୍ ଓ ସିଆରପିଏଫ୍ ୬୦ ବାଟାଲିୟନ ଯବାନ ।