oom

ପଦ୍ମପୁର ଉପଖଣ୍ତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସଦର ମହୁକୁମା ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ସରକାରଙ୍କ ନିର୍ଦ୍ଦେଶନାମା ଏବଂ କୋଭିଡ-୧୯ ନିୟମାବଳୀ ଅନୁପାଳନ ସହିତ ସ୍ଥାନୀୟ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପଦ୍ମପୁର ଉପ ଜିଲ୍ଲାପାଳ ତଥା ଉପଖଣ୍ତ ମାଜିଷ୍ଟ୍ରେଟ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଜାତୀୟ ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆହ୍ବାନ ଜଣାଇଥିଲେ । ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ କାର୍ୟ୍ୟକ୍ରମ ସଂଯୋଜନା କରିବା ସହିତ ଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ କାର୍ୟ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ପାଇକମାଲ ଥାନାରେ ଥାନା ଅଧିକାରୀ ବିଶ୍ବଜିତ ମନବୋଧ, ପାଇକମାଲ ତହସିଲ ଅଫିସରେ ତହସିଲଦାର ମନୋଜ କୁମାର ମେହେର,ପଦ୍ମପୁର ଥାନାରେ ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ଜଗଦଲପୁର ଥାନାରେ ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା, ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର କେ ତନୟା ରାଉତରାୟ, ଲଖମରା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭୀଷ୍ମଦେବ ଡନସନା, ନୃସିଂହନାଥ ବୃଦ୍ଧାଶ୍ରମରେ ବିଜୁ ଜନତା ଦଳର ସଭାପତି ଗୌତମ ସିଂ, ବରତୁଣ୍ତା ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଜୟନ୍ତୀ ପୁଟା, ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ତି ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।

jittmm
Leave A Reply

Your email address will not be published.