ଆଞ୍ଚଳିକ ବିକାଶମଞ୍ଚ ପକ୍ଷରୁ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଞ୍ଚଳିକ ବିକାଶ ମଞ୍ଚ (ଟ୍ରଷ୍ଟ) ତତ୍ତ୍ଵାବଧାନରେ ପଞ୍ଚାୟତସ୍ତରୀୟ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିର ଶନିବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୋପାଳପୁର, କଣମଣା, ଆର୍ଜିପଲ୍ଲୀ ଅଞ୍ଚଳର ୫୦ରୁ ଅଧିକ ମହିଳା ଯୋଗଦେଇ ହସ୍ତତନ୍ତ ଶିଳ୍ପର ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ଆଞ୍ଚଳିକ ବିକାଶ ମଞ୍ଚର ସଭାନେତ୍ରୀ ନିଳାନ୍ଦ୍ରୀ ପ୍ରଧାନ ଏବଂ ସମ୍ପାଦିକା ସୁଧାକର, ହେମାମାଲିନୀ ବେହେରା, କାଞ୍ଚନ୍ ବେହେରା, କୁମାରୀ ପ୍ରଧାନଙ୍କ ସମେତ ବହୁ ସହଯୋଗୀ, ସାଥୀ ଉପସ୍ଥିତ ହୋଇ ଅଞ୍ଚଳର ବହୁ ମହିଳାଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଏହି ଭଳି ମହିଳାମାନଙ୍କୁ ନେଇ ବହୁ କାର୍ଯ୍ୟକ୍ରମ ଟ୍ରଷ୍ଟ ମାଧ୍ୟମରେ କରିଆସୁଛନ୍ତି । ହସ୍ତତନ୍ତ ବୟନ ଶିଳ୍ପ ବିଭାଗରୁ ଆସିଥିବା, ଦକ୍ଷିଣାଞ୍ଚଳ ଡ଼ିଭିଜନ ଟାଟା (ବ୍ରହ୍ମପୁର) ର ଉପ-ନିର୍ଦ୍ଦେଶକ ଗୋଲାପୀ ଗୋପାରାଣୀ ମୂର୍ମୁ ଏବଂ କନିଷ୍ଠ ୱେଭିଂ ସୁପରଭାଇଜର ରବି ନାରାୟଣ ବେହେରା ଯୋଗଦେଇ ଉକ୍ତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନା କରିଛନ୍ତି ।

Leave A Reply

Your email address will not be published.