
ବାଲେଶ୍ୱର : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହାଣି ଫେରାର ଥିଲେ । ଏବେ ମିଳିଲା ମୃତଦେହ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ରବିବାର ବିଳମ୍ବିତ ରାତିରେ ପ୍ରଶାନ୍ତ ଜେନା ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହାଣି ନିଜେ ଫେରାର ଥିଲେ । ସ୍ତ୍ରୀ ଓ ଦୁଇ ପିଲାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକ ମାନେ ସେମାନଙ୍କୁ ରକ୍ତ ଜୁଡୁବୁବୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ । ସୋମବାର ଏ ନେଇ ପ୍ରଶାନ୍ତଙ୍କ ଶ୍ୱଶୁର କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲକ୍ଷେ ଟଙ୍କା ଦାବି କରି ପ୍ରଶାନ୍ତ ତାଙ୍କ ଝିଅକୁ ର୍ନ୍ୟିାତନା ଦେଉଥିବା ନେଇ ବାପା ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କମର୍ଦ୍ଦା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ସକାଳେ ସୁବର୍ଣ୍ଣରେଖା ନଦୀ ଦହମୁଣ୍ଡା ନିକଟକୁ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଛି । ଏହି ମୃତଦେହଟି ପ୍ରଶାନ୍ତଙ୍କର ବୋଲି ଜଣାପଡିଛି ।