oom

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

jsmm

କେନ୍ଦୁଝର : ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ପଣ୍ଡାପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ମୃତଦେହ ଘର ପଛପଟେ ଥିବା ସଜନା ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପଣ୍ଡାପଡା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଏକ ପିନ୍ଧା ଡ୍ରେସ୍ ପଡ଼ିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତ ଜଣଙ୍କ ବ୍ୟସ୍ତତା ଭିତରେ ଡ୍ରେସ୍ ଛାଡ଼ି ଚାଲିଯାଇଥିବା କୁହାଯାଉଛି ।

jittmm
Leave A Reply

Your email address will not be published.