oom

୫ ବାଲି ବୋଝେଇ ହାଇୱା ଜବତ : ୩ ଚାଳକ ଅଟକ

jsmm

ସୋର : ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲା ଛକ ନିକଟରୁ ୫ଟି ବେଆଇନ ବାଲି ବୋଝେଇ ହାଇୱାକୁ ସୋର ତହସିଲଦାର ଜବତ କରିଛନ୍ତି । ଏହା ସହ ୩ଜଣ ଚାଳକକୁ ଅଟକ ରଖି ସୋର ଥାନାରେ ଜିମା ଦେଇଛନ୍ତି । ସୂଚନା ମୁତାବକ, ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ଶୁକ୍ରବାର ସକାଳେ ଅଚାନକ ମାଟିଆପଲ୍ଲା ଛକ ନିକଟରେ ଚଢ଼ାଉ କରିଥିଲେ । ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ବୋଝେଇ ହାଇୱା ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ । ଏହି ସମୟରେ ୫ଟି ବାଲି ବୋଝେଇ ହାଇୱା ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜାଣିପାରି ଗାଡ଼ିଗୁଡିକୁ ଜବତ କରିଛନ୍ତି । ଏହା ସହ ୩ଜଣ ଚାଳକଙ୍କୁ ଅଟକ ରଖି ସୋର ଥାନାରେ ଜିମା ଦେଇଛନ୍ତି । ଜବତ ଗାଡ଼ିଗୁଡ଼ିକୁ ତହସିଲଦାର ଦୈତାରୀ ମଲ୍ଲିକ ଲଘୁଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି ।

jittmm
Leave A Reply

Your email address will not be published.