ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ମହିଳା ଓ ବାଳବିକାଶ ବିଭାଗର ଚଳିତ ଜୁନ ମାସର ଆସନ୍ତା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବନ୍ଦିତା ମହନ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ପ୍ରାନ୍ତ ମହିଳା ସହଭାଗିତା ଡ଼ଃ କଲ୍ୟାଣୀ ମିଶ୍ର, ମହିଳା ସଚିବ ମଞ୍ଜୁରାଣୀ ମେହେର ପ୍ରମୁଖ ଉପସ୍ଥିତ ରହି ଚଳିତ ମାସର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ବାଳ ଓ ଯୁବ ସଂସ୍କାର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମିଳିମିଶି ଆଗେଇ ନେଇ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେବାପାଇଁ ଆହ୍ୱାନ ଦିଆଯାଇଥିଲା । ଏହାସହ ସହ ସଭ୍ୟ ସଭ୍ୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ କକ୍କଡ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ସାଧାରଣ ସମ୍ପାଦକ ଶ୍ରୀମତୀ ମାହାତୋ ସହଭାଗିତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମଧୁସୂଦନ ମହାପାତ୍ର, ରବି ଦାସ, ଜିତେନ୍ଦ୍ର ପ୍ରସାଦ, ଅଞ୍ଜୁ କକ୍କଡ, ସ୍ନେହଲତା ଗନ୍ତାଘରିଆ, ନଳିନୀ ମହାପାତ୍ର, ଗୀତା ଦାସ,ଡି ରାଜୁ, ଉଷା ଦାସ, ଡ଼ଃ ଉଷା ମିଶ୍ର, ବବିତା ଶୁକ୍ଳା, ସୁଷମା ପ୍ରସାଦ, ଏମ୍ ଏସ୍ ମହାପାତ୍ର, ପ୍ରଦୀପ ରାଉତରାୟ, ମମତା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.