ବଲାଙ୍ଗିରରେ ଗର୍ଜିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଗର୍ଜିଲା ଛାତ୍ର କଂଗ୍ରେସ । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ସରକାରୀ ଯାତ୍ରୀବାହୀ ଯାନବାହାନରେ ମାଗଣା ଏବଂ ବେସରକାରୀ ଯାତ୍ରୀବାହୀ ଯାନବାହାନରେ ୫୦% ରିହାତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସ ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏହି ବିକ୍ଷୋଭ ସମୟରେ ଜିଲ୍ଲାର କଂଗ୍ରେସ ନେତା ବୁଲୁ ଦାନି, ମନୀଷ ମିଶ୍ର, ସନ୍ତକ ବହିଦାର, ନାରୀ ନେତ୍ରୀ ମିଲନି ସାହୁ, ଅଙ୍କିତ ସାହୁ, ଛାତ୍ର ନେତା ଚିନ୍ମୟ ବେହେରାଙ୍କ ଅନେକ ଛାତ୍ର ସମୂହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.