
କଟକ : ବହୁ ପୂର୍ବରୁ ମା’ ଆର ପାରିକୁ ଚାଲି ଯାଇଥିଲା । ବାପାଙ୍କର ହଠାତ ଦେହାନ୍ତ ହୋଇଗଲା । ଆଉ ଏଭଳି ସ୍ଥିତିରେ ସତେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଲା । ଏତେ ବଡ଼ ଦୁଃଖକୁ ସହି ପାରିଲାନି ଝିଅ । ଦୁଆରେ ବାପାଙ୍କ ଶବ ପଡ଼ିଥିବା ବେଳେ ଅଗଣାରେ ଥିବା କୂଅକୁ ୧୯ ବର୍ଷର ଝିଅ ଡେଇଁ ପଡିଲା । ଝିଅକୁ ତୁରନ୍ତ କୂଅରୁ ଉଦ୍ଧାର କରାଯାଇ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝିଅଟି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି । ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଦାଢ଼ାପାଟଣା ଗାଁରେ । ଅନ୍ୟପକ୍ଷରେ ଭଉଣୀ ଡାକ୍ତରଖାନାରେ ଥିବା ବେଳେ ପରିବାରରେ ଏକମାତ୍ର ଛୋଟ ପୁଅ ବାପାଙ୍କୁ ମୁଖାଗ୍ନି ଦେଇଛି । ଘଟଣାଟି ବାରଙ୍ଗ ଥାନା ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।