jsm

ନୂତନ ବ୍ଲକ ଶିକ୍ଷା ଅଧିକାରୀ ସ୍ଵାଗତ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ବଲାଙ୍ଗିର ସଦର ବ୍ଲକ କାର୍ଯ୍ୟାଳୟରେ ନୂତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଦିଲିପ କୁମାର ଯୋଶୀ ମହାଶୟଙ୍କୁ ଶିକ୍ଷକ ପ୍ରତିନିଧି ପ୍ରଦିପ ଖମାରୀ, ରାଜ କୁମାର ବରାଡ, ବିଷ୍ଣୁ ଚରଣ ସାହୁ, କମଳ ଲୋଚନ ସାହୁ, ବେଣୁଧର ମାଝୀ, ଗଣେଶ ରାମ ପଣ୍ଡା, ରାଧେଶ୍ୟାମ ଶତପଥୀ, ଗନ୍ଧର୍ବ ପାତ୍ର ପ୍ରମୁଖଙ୍କ ଦ୍ୱାରା ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ମହାଶୟ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତ ପ୍ରକାର ସମସ୍ୟାର ଯଥା ଶିଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.