oom

+୨ ପରୀକ୍ଷାରେ ଲେବଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଚ୍ଚ ସଫଳତା : ଛାତ୍ରୀଙ୍କ ବାଜିମାତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତ ସଦର ମହକୁମା ସ୍ଥିତ ପିଏମ୍‌ଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ +୨ କଳା ପରୀକ୍ଷାରେ ଉଚ୍ଚ ସଫଳତା ଲାଭ କରିଛି । +୨ କଳା ପରୀକ୍ଷା ଦେଇଥିବା ମୋଟ ୧୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ଜଣ ପ୍ରଥମ ଶ୍ରେଣୀରେ,୨୯ଜଣ ଦ୍ୱିତୀୟ ଶ୍ରେଣୀରେ, ୫୫ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଓ କେବଳ ୮ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ସର୍ବମୋଟ ପାସ ପ୍ରତିଶତ ୯୪.୦୪% ରହିଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପୂଜା ବେହେରା ୮୬.୩୩% ସହ ୫୧୮ ମାର୍କ ରଖି ଟପ୍ପର ହୋଇଥିବା ବେଳେ ଛାତ୍ରୀ ଚନ୍ଦ୍ରିକା ମାଝୀ ୮୪.୦୦% ସହ ୫୦୪ ମାର୍କ ରଖି ଦ୍ଵିତୀୟ ଓ ଛାତ୍ରୀ ପୂର୍ଣ୍ଣିମା ସାହୁ ୮୧.୫୦% ସହ ମୋଟ ୪୮୯ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ଥର ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସମସ୍ତ ନୀୟମାବଳି ମାନି କଡାକଡି ଭାବେ ପରୀକ୍ଷା ହୋଇ ମଧ୍ୟ ପାସ୍ ପ୍ରତିଶତ ହାର ଅଧିକ ଥିବା ହେତୁ ବିଦ୍ୟାଳୟର ଅଧ୍ୟକ୍ଷ ଦୁତିବାହାନ ମୁନା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ପରିଶ୍ରମକୁ ସାଧୁବାଦ ଦେଇ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

jittmm
Leave A Reply

Your email address will not be published.