jsm

କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଛାତ୍ରଛାତ୍ରୀମାନଙ୍କୁ ବଲାଙ୍ଗିର ଜିଲ୍ଲାର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି । ଦଶମ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ଅଙ୍କ ରଖିଥିବା ୧୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ (ପିୟୁଷ ବିଶ୍ୱାଳ, ନିରୁପମା ନନ୍ଦ, ସାଇ ସଙ୍କଳ୍ପ ବାରିକ, ସୋନାକ୍ଷୀ ମିଶ୍ର, କୁମାର, ଆୟୁଷ୍ମାନ ପଟେଲ, ଲଗ୍ନମାନ ପଟେଲ, ଅନ୍ୱେଷା ସେଠି, ଭବେଶ କୁମାର ଦାଶ, ପ୍ରଜ୍ଞା ପରିମିତା ଷଡଙ୍ଗୀ, ଅଂସିକା ପ୍ରଧାନ, ଲିପ୍ସା ପ୍ରିୟଦର୍ଶିନୀ ନାୟକ, ପ୍ରୀତି ବେହେରା, ବିନୟ ଭୂଷଣ ପାତ୍ର, ପ୍ରତୀକ୍ଷା ସାହୁ, ସ୍ୱାତି ସାଗରିକା ତ୍ରିପାଠୀ, ଶ୍ରେୟସ ସାହୁ, ଅର୍ପିତା ସାଏ) ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ଅଙ୍କ ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ (ସୁଚିସ୍ମିତା ବେହେରା, ବଂଶିତା ମହାପାତ୍ର,, ଅଞ୍ଜନେୟ କର, ଶିଖା ପାତ୍ର, ଅସ୍ମାନ୍ ରଞ୍ଜନ ବଗର୍ତ୍ତୀ, ଶୁଭଶ୍ରୀ ମେହେର) ଉପ ଜିଲ୍ଲାପାଳ ସ୍ୱହସ୍ତରେ ମାନପତ୍ର ପ୍ରଦାନ ପୂର୍ବକ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ଵଳମୟ ହେଉ ବୋଲି କାମନା କରିଥିଲେ । ଉପଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମୀ ଏବଂ ନିଜ କାର୍ୟ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ପ୍ରେରିତ କରିଥିଲେ ତଥା ଭବିଷ୍ୟତରେ ସୁଯୋଗ୍ୟ ନାଗରିକ ହୋଇ ଦେଶ ମାତୃକା ଓ ଜନସାଧାରଣଙ୍କ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନିଜର ଲକ୍ଷ୍ୟ ହାସଲ ପାଇଁ ଆହୁରି କଠୋର ପରିଶ୍ରମ ଆବଶ୍ୟକ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଚଳିତ ବର୍ଷ ଅନେକ ପ୍ରତିକୂଳ ପରିସ୍ଥିତି ସତ୍ୱେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ସେ ଗର୍ବିତ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

yuvodaya
Leave A Reply

Your email address will not be published.