
ଭୁବନେଶ୍ଵର : ବିଏମସି ମେୟର ସୁଲୋଚନା ଦାସଙ୍କ ବଡ଼ ବୟାନ । ଭୁବନେଶ୍ଵରରୁ ହଟିବେ ବାଂଲାଦେଶୀ ଅନୁପ୍ରବେଶକାରୀ । ସରକାର ନେଇଥିବା ନିଷ୍ପତ୍ତିରେ ସହଯୋଗ କରିବ ବିଏମସି । ସୁଲୋଚନା ଦାସ କହିଛନ୍ତି ଯେ, ଭୁବନେଶ୍ଵର ଶ୍ରୀୟା ଛକ ଓ ଆଜାଦ ନଗରରେ ବାଂଲାଦେଶୀ ରହୁଛନ୍ତି । ଯେଉଁମାନଙ୍କ ଭୋଟର ପରିଚୟ ପତ୍ର, ଆଧାର, ରାସନ୍ କାର୍ଡ ଅଛି ତାଙ୍କର ସମସ୍ୟା ନାହିଁ । ଖାତା ଖତିଆନ ନଥିବା ବାଂଲାଦେଶୀଙ୍କୁ ସହରରୁ ବାହାର କରାଯିବ। ଯେଉଁମାନେ ସୀମା ପାର ହୋଇ ଆସୁଛନ୍ତି ତାଙ୍କୁ ଚିହ୍ନଟ କରାଯିବ । ଦେଶର ସୁରକ୍ଷା ଆମ ପ୍ରାଥମିକତା । ଦେଶର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ । ସେପଟେ ବାଂଲାଦେଶୀ ଚିହ୍ନଟ ନେଇ ଗୃହ ବିଭାଗ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକରେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଡିଜି, ଆଇଜି ଓ ଡିଆଇଜି ଯୋଗ ଦେବେ । ଓଡ଼ିଶାରେ କେତେ ବାଂଲାଦେଶୀ ରହିଛନ୍ତି ତାର ତାଲିକା ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।