centurian jitm

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ପ୍ରବଳ ବର୍ଷା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତ‌ କିଛି ଦିନ ଧରି କଟକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଥିଲା । ଆଜିର କାଳବୈଶାଖୀ ବର୍ଷା ଜନଜୀବନକୁ ଆଶ୍ୱସ୍ତ କରିଛି । ପ୍ରାୟ ୧ ଘଣ୍ଟା ଧରି ହୋଇଥିବା ବର୍ଷାରେ କାଜିବଜାର, ଗଙ୍ଗା ମନ୍ଦିର, ଗହ୍ମାଡିଆ, କେଶରପୁର, ପଟ୍ଟାପୋଲ, ତୁଳସୀପୁର, ଦେଉଳସାହି, ବିଡାନାସୀ ସମେତ ବିଭିନ୍ନ ସାହି ବସ୍ତିରେ ବର୍ଷା ଜଳ ଜମି ରହିଛି । ସ୍ଥିତିକୁ ଦେଖି କିଛି ସ୍ଥାନରେ କଟକ ମହାନଗର ନିଗମ ତରଫରୁ ପମ୍ପ ମାଧ୍ୟମରେ ବର୍ଷା ଜଳ ନିସ୍କାସନ କରାଯାଉଛି । ଅନ୍ୟପକ୍ଷରେ ଆଗକୁ ବର୍ଷା ଋତୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସହରରେ ସିଏମସି ତରଫରୁ ପଙ୍କୋଦ୍ଧାର କାମ ଚାଲିଥିବା ବେଳେ ଆଜି ବର୍ଷା ପରେ ପଙ୍କ ଗୁଡ଼ିକ ପୁଣି ଡ୍ରେନରେ ମିଶିଯାଇଛି ।

Leave A Reply

Your email address will not be published.