jsm

ହାପି ମୋମେଣ୍ଟସର ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ପାଳନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ୧୨ ତମ ଓଡିଶା ଶିଶୁ ମହୋତ୍ସବ ଓ ବିଶ୍ୱ ମାତୃତ୍ଵ ଦିବସ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଟ୍ରଷ୍ଟି ରଶ୍ମିତା ପଣ୍ଡାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ଶିଶୁ ବିଭିନ୍ନ ପ୍ରତିଯୋଗିତା ଯଥା ନାଚ, ଗୀତ, କବିତା, ଚିତ୍ରାଙ୍କନ, ବାଦ୍ୟଯନ୍ତ୍ର, କୈାତୁକିଆ ପୋଷାକ, ଗଳ୍ପ ପଠନ, ମଡେଲିଂ ଆଦିରେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ସେହିପରି ବିଶ୍ୱ ମାତୃତ୍ଵ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରଫେସର ଡ଼ଃ କଲ୍ୟାଣୀ ମିଶ୍ର, ସମାଜସେବୀ କମଲ ଅଗ୍ରୱାଲ, ସୁକାନ୍ତ ଖୁଣ୍ଟିଆ, କୁଞ୍ଜ ବିହାରୀ ରାଉତ, ଗ୍ରେସି ଡାଭିଡ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ଜ୍ୟୋତି ପଣ୍ଡା, ରବର୍ଟ ହାଇଫିଲ, ବାବୁଲି ହରିପାଲ, ଶିବାନୀ ରାଣା, ଶ୍ଵେତା ରାଉତ, ହରି ସାମନ୍ତରାୟ, ଫକୀର ମୋହନ ପତି, ରାଧିକା ଛତ୍ରିଆ ଯୋଗ ଦେଇଥିଲେ । ସହ ଉଦଜୋଷିକା ଭାବେ ଅନ୍ଵେଷା ପଣ୍ଡା ଓ ତନିସ୍କା ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମାନୋସି ଘୋଷ, ଡେଭିକା ଘୋଷ, ଇସିକା ଘୋଷ, ଅର୍ଚ୍ଚନା ସାହୁ, କାମିନୀ ମହନ୍ତ,ସାନୁ, ସସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଟ୍ରଷ୍ଟି ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.