centurian jitm

ଉତ୍କଳ ଗୀତିକବି ସମାଜର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାଁ ବାଟମଙ୍ଗଳା ଶକ୍ତିପୀଠ ଠାରେ ଉତ୍କଳ ଗୀତିକବି ସମାଜର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭୋଳେଶ୍ୱର ବେହେରାଙ୍କ ଆବାହକତ୍ଵରେ ଉପସଭାପତି ରାମକୃଷ୍ଣ ତ୍ରିପାଠୀ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଆଲୋକ ରଞ୍ଜନ ମଲିକ ଓ ମୁଖ୍ୟବକ୍ତା ଭାବେ ଡ଼ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ଷଡଙ୍ଗୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶ୍ରୀ ଜୟଦେବଙ୍କ କୃତ ଗୀତଗୋବିନ୍ଦ ପାଠ କଲେ ମଣିଷକୁ ନୂତନ ଶକ୍ତି ମିଳିବା ସହ ଚିତ୍ତ ପ୍ରଫୁଲ୍ଲ ରହିଥାଏ । ଏହା ସହ ସେ ଜୟଦେବଙ୍କ କୃତି ସମ୍ପର୍କରେ ବ୍ୟାପକ ଆଲୋଚନା କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପ୍ରାରମ୍ଭରେ ଗୁରୁ ଅଜୟ ପାଣି ଓ ସ୍ମିତା ପାଣି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଗୀତିକବି ସମ୍ମାନରେ ସମ୍ମାନିତ ହୋଇଥିଲେ କବି ହରମୋହନ ମିଶ୍ରଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ଗୀତିକବି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସମାଜର ବିଭିନ୍ନ ସେବା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସର୍ବଶ୍ରୀ ଡାକ୍ତର ସରୋଜ କୁମାର ରାଉତ, ରାଉରକେଲା ଜୀବନ ବୀମା ବରିଷ୍ଠ ଶାଖା ପ୍ରବନ୍ଧକ ସଞ୍ଜୟ କୁମାର ରାଉତ, ଇଂ ବିଜୟ କୁମାର ସେନାପତି, ଆଇନଜୀବୀ ବିକ୍ରମ କିଶୋର ସ୍ୱାଇଁ ଓ କବି ପ୍ରତାପ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର “ଗୀତ ଚନ୍ଦନ”, ଅଧ୍ୟାପକ କମଳାକାନ୍ତ ଦାସଙ୍କର “ଐଶ୍ୱର୍ଯ୍ୟମୟୀ ପ୍ରକୃତି ” ଇଂ ବିଜୟ କୁମାର ସେନାପତିଙ୍କ “ମଗ୍ନ ଆବେଗ”, ରସରାଜ ଦେବରାଜ ପ୍ରଧାନଙ୍କର “ସ୍ମୃତି ସିକ୍ତା, ଦୀନବନ୍ଧୁ ପ୍ରଧାନଙ୍କର “କୁରୁଆଁ ଫୁଲ “ଓ ମୋହନ ସିଂଙ୍କର “ଟିକି ଟିକି ତାରା ଫୁଲ “କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ହରିହର ବେହେରାଙ୍କ ସଭାପତିତ୍ୱ , ହରପ୍ରିୟା ସାମଲ ଓ କବି ପ୍ରତାପ ପଣ୍ଡାଙ୍କର ସଂଯୋଜନାରେ ୫୦ ରୁ ଅଧିକ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିଥିଲେ । ସାମଗ୍ରିକ ଭାବରେ ଅନୁଷ୍ଠାନର ସମ୍ପାଦକ ଭୋଳେଶ୍ୱର ବେହେରା ସଭା ପରିଚାଳନା କରିଥିଲେ । ଶେଷରେ ବିଭୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.