
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରଘୁନାଥପଲ୍ଲୀ ଅନ୍ତର୍ଗତ ଆମ୍ବେଦକର ମଣ୍ଡଳର କାର୍ଯ୍ୟକ୍ରମ “ନାସ୍ତେ ପେ ଚର୍ଚ୍ଚା,” ସେକ୍ଟର -୧୭ ସ୍ଥିତ କମ୍ୟୁନିଟ ସେଣ୍ଟର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ମନୋଜ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ଏହି କାର୍ଯ୍ୟକ୍ରମର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଘରେ ଆମେ ଯେଉଁ ଭଳି ପରିବାର ସହିତ ମିଶି ନସ୍ତା କରୁଛେ ସେ ଭଳି ଆମେ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ସହ ସିଧାସଳଖ ଭାବରେ ଯୋଗାଯୋଗ କରିବା ସହିତ ତାଙ୍କ ଅମୂଲ୍ୟ ମତାମତ ଶୁଣିବା ଏବଂ ସମସ୍ତେ ମିଶି ନାସ୍ତା କରି ବିଭିନ୍ନ ସମସ୍ୟା ଓ ତାର ସମାଧାନ ମିଳିତ ଭାବେ କରିବା ବୋଲି କହିଥିଲେ । ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ସୁଚିନ୍ତିତ ପରାମର୍ଶ ଆମକୁ ପ୍ରେରଣା ପ୍ରଦାନ କରିବା ସହିତ ନୂତନ ମାର୍ଗ ଦେଖାଇବ ବୋଲି ପ୍ରକଟ କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ସୁସ୍ଥ ବାତାବରଣ, ମନୋବଳ ବୃଦ୍ଧି ଓ ମତାମତ ସୃଷ୍ଟି କରିବା ସହିତ ସମ୍ପର୍କ ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା ତାଙ୍କ ବକ୍ତବ୍ୟରେ ଏହା ଆମକୁ ସଂଗଠିତ ଓ ସମ୍ପର୍କ ବୃଦ୍ଧି ସାଙ୍ଗକୁ ସଂଗଠନକୁ ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ତାଙ୍କ ବକ୍ତବ୍ୟରେ ବିଧ୍ୟାୟକ ସବୁ କାର୍ଯ୍ୟକର୍ତ୍ତାଙ୍କ ଘରୁକୁ ଯାଇ ଭେଟିବା ଅତ୍ୟନ୍ତ ଆବଶ୍ୟକ ଓ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ ଆମ୍ବେଦକର ମଣ୍ଡଳ ସଭାପତି ମନୋଜ ସ୍ୱାଇଁ, ନିଆଳମୁଣ୍ଡା ମଣ୍ଡଳ ସଭାପତି ରଞ୍ଜିତା କିସ୍ ପଟା, ଜଗନ୍ନାଥ ମଣ୍ଡଳ ସଭାପତି ମମତା ମହାନ୍ତି ଓ ମଧୁବାବୁ ମଣ୍ଡଳ ସଭାପତି ପ୍ରତିମା ରାଉତ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରତିମା ରାଉତ ଏବଂ ଯୋନି ରୁବାଟୀଙ୍କ ନେତୃତ୍ୱରେ ବହୁ ମହିଳା ଯଥା ସଞ୍ଜୁ ସିଂହ ରାୱତ, ଅର୍ଚ୍ଚନା ମାର୍ଥା, ରାଜନ୍ତି ଯାଦବ, କିରଣ ଦେବୀ, ପ୍ରଭାବତୀ ଯାଦବ, କାନ୍ତି ଦେବୀ, ଅନିତା ଦେବୀ, ଶାନ୍ତି ଯାଦବ, କାଞ୍ଚନ ଯାଦବ, ସୋନି ଦେବୀ, ପୂଜା ଯାଦବ ଓ ରମାବତୀ ଯାଦବ ବିଜେପିରେ ମିଶିବା ପାଇଁ ଉପସ୍ଥିତ ହୋଇଥିଲେ । ସେମାନଙ୍କୁ ଜିଲ୍ଲା ସଭାନେତ୍ରୀ ଓ ମଞ୍ଚାସୀନ ନେତୃବୃନ୍ଦ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ବିଜେପିରେ ଯୋଗଦାନ କରିଥିବା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ଅଜୟ କଂସାରୀ, ସତ୍ୟପ୍ରିୟ ସାହୁ, ହୃଷି ପ୍ରଧାନ, ଆଲୋକ ନାୟକ, ପ୍ରେମଚାନ୍ଦ ପଶାୟତ, ରାଜେଶ ପ୍ରସାଦ, ସନ୍ତୋଷ ବିରାଟ, ଅଜୟ ପାତ୍ର ମଣ୍ଡଳ କାର୍ଯ୍ୟକର୍ତ୍ତା ପ୍ରଭାକର ସାହୁ, ଅନନ୍ତ ଦାସ, ସୋନୁ କଂସାରୀ, ସଞ୍ଜୟ ସାହୁ, ସବିତା ସ୍ୱାଇଁ, ବାବୁଲି ବାରିକ, ଗୌତମ ବାଡ଼ା, ବଳରାମ ସମାସୀ, ଦୀପକ ସାହୁ, ଅମର ସାହୁ, ସବିତା ବାଗ, ସରିକା ସମାସୀ, ନିରାଶା ନାୟକ, ମନୋଜ କୁମାର ସାହୁ, ମୂରଲୀଧର ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ଅର୍ଚ୍ଚନା ସାହୁ, ଅବିନାଶ ପ୍ରଧାନ, ଅମିତ୍, ମୁନିକା ମାଝୀ, ନମ୍ରତା ବାଗ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।