centurian jitm

ଅଜା ଘରକୁ ଆସି ନିଖୋଜ ହୋଇଥିଲେ ୪ ବର୍ଷ ଶିଶୁକନ୍ୟା : ନିର୍ମାଣାଧୀନ ଘରୁ ମିଳିଲା ମୃତଦେହ

nschool

ଭୁବନେଶ୍ୱର : ରାଜ୍ୟରେ ବଢୁଛି ମହିଳା ବିରୋଧୀ ଅପରାଧ । ବିପଦରେ ଶିଶୁ, ନାବାଳିକା, ଯୁବତୀଙ୍କ ଜୀବନ । ପ୍ରତିଦିନ ନାବାଳିକା, ଶିଶୁକନ୍ୟା ଦୁଷ୍କର୍ମ ଖବର ସାମ୍ନାକୁ ଆସୁଛି । ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇ ଜୀବନ ହାରିଛି ୪ ବର୍ଷର ଶିଶୁ କନ୍ୟା । ସୂଚନା ମୁତାବକ, ପାଟକୁରା ଥାନା ଅଞ୍ଚଳର ଶିଶୁ କନ୍ୟା ଅଜା ଘରକୁ ଯାତ୍ରା ଦେଖିବାକୁ ଆସିଥିଲା । ଶୁକ୍ରବାର ଠାରୁ ନିଖୋଜ ହୋଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୁନି ଝିଅର ପତ୍ତା ମିଳିନଥିଲା । ଶନିବାର ଏକ ନିର୍ମାଣାଧୀନ ଘରୁ ଝିଅର ମୃତଦେହ ଉଦ୍ଧାର ହୋଇଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ । ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଶିଶୁ କନ୍ୟାକୁ କିଏ ଏପରି ଅମାନୁଷିକ ଭାବରେ ଦୁଷ୍କର୍ମ କରି ହତ୍ୟା କରିଛି ତାହା ଜଣାପଡିନି । ଅପରାଧୀଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

Leave A Reply

Your email address will not be published.