oom

ଡୁଙ୍ଗୁରିପାଲି ବ୍ଲକରେ ଗଡିଲା ଶିକ୍ଷା ସଚେତନତା ରଥ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଗାଁରେ ଶିକ୍ଷା ସଚେତନତା ରଥ ଗଡିଛି । ପ୍ରଥମେ ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ସମ୍ମୁଖରେ ଶିକ୍ଷା ସଚେତନତା ରଥକୁ ମୁଖ୍ୟ ଅତିଥିଭାବରେ ବରିଷ୍ଠ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା ଫିତା କାଟି ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ରଥକୁ ସ୍ୱାଗତ କରିବା ସହ ରାମପୁର ଗ୍ରାମ ପରିକ୍ରମା କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋସିୟା ଛତ୍ରିଆ, ଶିକ୍ଷକ ଉମାକାନ୍ତ ତ୍ରିପାଠୀ, ବିଭୁତି ଭୂଷଣ ରଥ, ଚୌହାନ କୁମାର ଦାଶ, ବିଶ୍ୱଜିତ ସା, ଶିକ୍ଷୟିତ୍ରୀ ତରଙ୍ଗିନୀ ମହାପାତ୍ର, ସୁଜାତା ସାହୁ, ରେଣୁକା ଦାଶ, ରୀନା ବାଗ, ନମିତା ସାହୁ, ବବିତା ମେହେର, ସରୋଜ ଦାସିଆ ଓ ପ୍ରଶାନ୍ତ ବାବୁ ସହଯୋଗ କରିଥିବା ବେଳେ ଶିକ୍ଷକ ସୁଧୀର ଗଡତିଆ ସଂଯୋଜନା କରିଥିଲେ ଏବଂ କୁଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାମପୁର ସିଆରସିସି ପ୍ରଦୀପ୍ତ କିଶୋର ଦାଶ, ମାୟାବର୍ହା ସିଆରସିସି ସୌରଭ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ପାଣିଗ୍ରାହୀ, ଶିକ୍ଷୟିତ୍ରୀ ସଂଗୀତା ବେହେରା, ଅରୁଣା ମେହେର ଓ ସମସ୍ତ ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ତାପରେ ମାୟାବର୍ହା, ବେହେରାମାଲ, ସମଲେଇଚୁଆଁ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଏହାକୁ ସ୍ୱାଗତ କରାଯିବା ସହ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ଜନସଚେତନତା ସୃଷ୍ଟି କରି ସଭିଏଁ ସ୍କୁଲ ଯିବାର ବାର୍ତ୍ତାରେ ପ୍ରତିଧ୍ୱନିତ ହୋଇଥିଲା । ଅଇଁଳାସାରୀ ଗାଁରେ ତାଳ, ଖୋଳ, ସମ୍ପ୍ରଦା ସହିତ ଗ୍ରାମ ପରିକ୍ରମା କରାଯାଇଥିଲା ।

jittmm
Leave A Reply

Your email address will not be published.