ଭୁବନେଶ୍ୱର : ଧାନକିଣାରେ ବ୍ୟାପକ ଅନିୟମିତତା ତଥା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିଛି । ଏହାକୁ ନେଇ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବା ପରେ କ୍ଷମତାସୀନ ବିଜେଡି ଏବେ ରାଜ୍ୟ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛି ।
ବିଜେଡି ମୁଖପାତ୍ର ତଥା ପଶ୍ଚିମଓଡ଼ିଶାର ବଳିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ ଦଳୀୟ କାର୍ୟ୍ୟାଳୟରେ ପଶ୍ଚିମ ଓଡ଼ିଶାର ଭାଷାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାଜ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ଦଲାଲଙ୍କ ସହ ରାଜ୍ୟ ବିଜେପି ନେତାମାନେ ହାତ ମିଳାଇଛନ୍ତି ଓ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି ବୋଲି କହିବା ସହ ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣନ୍ତି ବୋଲି କହିଛନ୍ତି ।