centurian jitm

ଆୟୁସ ଡାକ୍ତରଙ୍କ କଳାବ୍ୟାଜ ପରିଧାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଏହା ଅଧିନରେ ଥିବା ବନ୍ଧପଡା ଓ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କୋଲୋକେଟେଡ ଆୟୁଷ ଡାକ୍ତର ଡ଼ା ମମତା ଦାଶ, ଡ଼ା ସୁମିତ୍ରା ଦାଶ ଏବଂ ଡ଼ା ଲଳିତ ସାହୁ ମାର୍ଚ୍ଚ ୨୦ତାରିଖ ଠାରୁ ୨୬ତାରିଖ ପର୍ଯ୍ୟନ୍ତ କଳା ବ୍ୟା‌ଚ ପିନ୍ଧି ସମସ୍ତ ଡ୍ୟୁଟି କରୁଥିବା ଦେଖାଯାଇଛି । ସେମାନେ ମତ ରଖିଛନ୍ତି ଯେ, ଆୟୁଷ ଡାକ୍ତର ନିଯୁକ୍ତି ବିଜ୍ଞାପନ ପତ୍ର ସଂଖ୍ୟା ୧୮/୨୪.୦୬.୨୦୦୮ ଅନୁସାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଦ୍ୱାରା ଜାରି କରାଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଲେଖା ଥିଲା ଯେ, ଏହି ପଦବୀ ଓଡିଶା ସଂରକ୍ଷଣ ନୀତି ଓଆରଭି ଏକ୍ଟ ଅନୁସାରେ ଭବିଷ୍ୟତରେ ଚାକିରି ନିୟମିତ ହୋଇପାରେ । ହେଲେ ଅଦ୍ୟାବଧି ୧୭ ବର୍ଷରୁ ଉର୍ଦ୍ଧ ହେବ ସେ ସଂକ୍ରାନ୍ତିୟ କୌଣସି ଯୋଜନା ସରକାର କରିନାହାନ୍ତି, ମାତ୍ର ସମାନ ବିଜ୍ଞାପନରେ ନିଯୁକ୍ତି ପାଇଥିବା ଫାର୍ମାସୀ ଅଫିସର ତଥା ଷ୍ଟାଫ ନର୍ସ ଆଦି ଅନେକ ବର୍ଷ ପୂର୍ବରୁ ନିୟମିତ ନିଯୁକ୍ତି ପତ୍ର ପାଇସାରିଛନ୍ତି । ବର୍ତ୍ତମାନ ଚାଲିଥିବା ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଆୟୁଷ ଡାକ୍ତରଙ୍କ ଚାକିରୀ ନିୟମିତ କରିବା ସଂକ୍ରାନ୍ତରେ ସରକାରଙ୍କ କୈାଣସି ଯୋଜନା ନ ଥିବା ପ୍ରକାଶ କରିବା ପରେ, ଅଲଓଡିଶା ଆୟୁଷ ଡାକ୍ତର ସଂଘର ଆହ୍ୱାନ କ୍ରମେ କଳାବ୍ୟାଚ ପିନ୍ଧି ଡ୍ୟୁଟି କରିବା ସହ ଆସନ୍ତା ମାର୍ଚ୍ଚ ୨୭ତାରିଖରୁ ଭୂବନେଶ୍ଵର ଲୋୟର ପିଏମଜି ଠାରେ ଶାନ୍ତି ପୂର୍ଣ୍ଣ ଧାରଣାରେ ବସିବା ପାଇଁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଚିତ୍ତରଞ୍ଜନ ମିଶ୍ରଙ୍କୁ ଦେଇଛନ୍ତି । ଭାରତୀୟ ଚିକିତ୍ସା ବିଜ୍ଞାନକୁ ଅଗ୍ରାଧିକାର ଦେଇଆସୁଥିବା ବର୍ତ୍ତମାନର ସରକାର ଆୟୁଷ ଡାକ୍ତରଙ୍କ ଦାବିକୁ ଗୁରୁତ୍ତ୍ୱପୂର୍ଣ୍ଣ ଭାବେ ସ୍ଵୀକାର କରି ନ୍ୟାୟ ଦେବେ ବୋଲି ଆୟୁଷ ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ଜାତୀୟ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀମାନେ ଗତ ମାର୍ଚ୍ଚ ୧୦ରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରହିଥିବାରୁ ଅନେକ କାମରେ ବାଧା ସୃଷ୍ଟି ହୋଇଛି ଏବଂ ଏହି ସମୟରେ ଆୟୁଷ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲେ ଦେଓଗାଁ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବା ବ୍ୟପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.