ଜୟପାଟଣା, (ଶେଷ ଦେବ ବେହେରା) : ପବିତ୍ର ଶ୍ରୀ ରାମନବମୀ ପାଳନ ଓ ଶୋଭାଯାତ୍ରା ପାଇଁ ଜୟପାଟଣା ଶ୍ରୀରାମ ନବମୀ ପାଳନ କମିଟି ଆନୁକୁଲ୍ୟରେ ପ୍ରସ୍ତୁତିକୁ ଚୁଡାନ୍ତ ରୂପ ଦେବା ସହିତ ଚଳିତ ବର୍ଷ ମଧ୍ୟ ସାମଗ୍ରିକ ଅଞ୍ଚଳର ଶ୍ରଦ୍ଧାଳୁ ଓ ଯୁବ ବାହିନୀଙ୍କ ଦ୍ଵାରା ଆଡମ୍ବର ପୂର୍ଣ୍ଣ ଭାବରେ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୬ ତାରିଖରେ ହେବାକୁ ଥିବା ରାମ ନବମୀ ଅବସରରେ ଏକ ସୁସଜ୍ଜିତ ରଥରେ ପ୍ରଭୁଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ବ୍ଲକପଡ଼ା ସ୍ଥିତ ରାମମନ୍ଦିର ପରିସରରୁ ଅପରାହ୍ନ ତିନିଟା ବେଳେ ଶୋଭାଯାତ୍ରାର ଆରମ୍ଭ କରାଯିବ । ସହର ପରିକ୍ରମା ପୂର୍ବକ ୫ କିଲୋମିଟର ରାସ୍ତା ଅତିକ୍ରମ କରି ବିଭିନ୍ନ ଲୋକ ନୃତ୍ୟ, ଘଣ୍ଟ ବାଦ୍ୟ, ଘୁମୁରା, କୀର୍ତ୍ତନ ବାଦ୍ୟର ତାଳେ ତାଳେ ପରିକ୍ରମା ମାଁ ଦୁର୍ଗା ମନ୍ଦିର ପରିସରରେ ସମ୍ପୂର୍ଣ ହେବ । ଜୟପାଟଣା ସିଦ୍ଧି ବିନାୟକ ମନ୍ଦିର ପରିସରରେ ଆୟୋଜିତ ସାଧାରଣ ସଭାରେ ନୂତନ କର୍ମକର୍ତ୍ତା ନିର୍ବାଚନ ପୂର୍ବକ ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିବାସୂଚନା ମିଳିଛି । ଚଳିତ ବର୍ଷ ପାଇଁ ପ୍ରବୀଣ କୁମାର ମୁଣ୍ଡ ସଭାପତି ଭାବରେ ଚୟନ ହୋଇଥିବା ବେଳେ ସାଗର ସୌରଭ ବେହେରା ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି । ଅବିନାଶ ନନ୍ଦ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବା ବେଳେ ବରିଷ୍ଠ କର୍ମକର୍ତ୍ତା ଚୈତନ୍ୟ ସେଠୀ, କୃଷ୍ଣ ଚନ୍ଦ୍ର ରାଉତ, ଅଭିଳାଷ ବେହେରା, ହରିକିସନ ଜୈନ, ଅମିତ କୁମାର ପଣ୍ଡା, ସୁଧାକର ପଣ୍ଡା, ରତନ ଅଗ୍ରୱାଲ, ବିନୋଦ ଜୈନ, ରାଜେଶ ମିତ୍ତଲ, ଦିବାକର ପଟ୍ଟନାୟକ, ରୋହନ ମିଶ୍ର, ବାବୁଲା ପଣ୍ଡା, ଅରବିନ୍ଦ ପଣ୍ଡା, ଓ ବହୁ କର୍ମୀ ଯୋଗଦେଇ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
Next Post