csstore

ଦେଷଣ୍ଢ ୟୁପି ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ତେଜରାଜ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଯଶୋଦା ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚୈତନ୍ୟ ଛତ୍ରିଆ, କୁବୁରିମହୁଲ ପ୍ରାଥମିକ ବିଦ୍ୟାଳୟର ମାନସ ରଞ୍ଜନ ମହାନ୍ତି, ଗମ୍ଭାରୀମାଲ ଉପ୍ରା ବିଦ୍ୟାଳୟର ଦମୟନ୍ତୀ ରଣାଙ୍କ ସହ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବନମାଳୀ ମେହେର ଏବଂ ମୁଖ୍ୟ ବକ୍ତା ଭାବେ ଖଲିଆପାଲି ୟୁପି ସ୍କୁଲର ବାଳକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.