csstore

କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲବାଇ ଖେଳପଡ଼ିଆ ଠାରୁ ସୋମବାର ଆରମ୍ଭ ହୋଇଯାଇଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ । ସୋମବାର ସକାଳ ପ୍ରାୟ ୯ଟା ସମୟରେ କଣ୍ଟାବାଞ୍ଜି ଗ୍ରାମ ଦେବୀ ମାଁ ଦ୍ୱାରଶନୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରି ମଶାଲ ଯାତ୍ରା ସେଠାରୁ ବାହାରିଥିଲା ସହର ମୁଖ୍ୟ ସଡ଼କ ଦେଇ ଏହି ମଶାଲ ଯାତ୍ରା ଖେଳପଡ଼ିଆ ଠାରେ ପହଞ୍ଚିଥିଲା । ପଶ୍ଚିମ ଓଡିଶା ପାରମ୍ପରିକ ବାଦ୍ୟଯନ୍ତ୍ରର ଧ୍ୱନୀରେ କମ୍ପି ଉଠିଥିଲା ସହରର ମୁଖ୍ୟ ସଡ଼କ । ସମ୍ବଲପୁରୀ ନାଚ ଗୀତରେ ଝୁମି ଉଠିଥିଲେ ଅଞ୍ଚଳ ବାସୀ । ଏହି ମଶାଲ ଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସଭାପତି ବ୍ରଜ ଶ୍ୟାମ ସୁନ୍ଦର, ବରିଷ୍ଠ ନେତା ଶିବାଜୀ ମାହାନ୍ତି, ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ, ବରିଷ୍ଠ ନେତା ଅର୍ଜୁନ ଯାଦବ, ରାଜେଶ ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ବିରଞ୍ଚିନାରାୟଣ ଦାସ, ସାଧାରଣ ସମ୍ପାଦକ ମନୋଜ ଦାସ, ସହ ସମ୍ପାଦକ ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଉପ ସଭାପତି ସଂଜୟ ଅଗ୍ରୱାଲ, କୌଲାଶ ଦୀପ, ସନ୍ତୋଷ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, ଆବାହକ ପୁଷ୍ପକେତୁ ବେହେରା, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସାଂସ୍କୁତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ମୋହନ ସୁନା,ସତ୍ୟନାରାୟଣ ଅଗ୍ରୱାଲ, କିଶୋର ମାଝୀ, ସୋନୁ ସତପଥି, ଇଲୁ ନାଗ, ସୋହନ ଗୁରୁ, ବାବୁ ବାଗ, ସୋମନାଥ ଗୁରୁ, ଜତିର ମହାନ୍ତି, ପପୁ ଜୁଏଡ, ମୁକେଶ ବାଗ, କାନଦୀପ, ରେସବ ବାଗସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.