csstore

ନବ ନିର୍ମିତ ଭବାନୀପାଟଣା ଟାଉନ୍ ଥାନା କୋଠା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଆଭାଷି ମାଧ୍ୟମରେ ରାଜ୍ୟର ୧୪ଟି ଥାନାର ନୂତନ କୋଠାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସ୍ଥିତ ଟାଉନ ଥାନାର ନବ ନିର୍ମିତ କୋଠା ମଧ୍ୟ ଉଦ୍‌ଘାଟିତ ହୋଇଛି । ପୂର୍ବରୁ ସହରର ଗାନ୍ଧୀଛକ ନିକଟରେ ଟାଉନ ଥାନା କାର୍ଯ୍ୟକାରୀ ହେଉଥିଲା । ନୂତନ ଟାଉନ୍ ଥାନା କୋଠା ମାଣିକେଶ୍ୱରୀ ମନ୍ଦିର ନିକଟରେ ନିର୍ମାଣ କରାଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ପୂର୍ବତନ ସାଂସଦ ଅର୍କକେଶରୀ ଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାରକୋଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ । ନୂତନ ଥାନା କୋଠାରେ ଆବଶ୍ୟକୀୟ ସମସ୍ତ ସୁବିଧା ରହିଛି ।

jayashree
Leave A Reply

Your email address will not be published.