oom

ବିଦ୍ୟୁତ ଦେୟ ବର୍ଦ୍ଧିତ ନକରି ପ୍ରଚଳିତ ଦେୟ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାର ବିଦ୍ୟୁତ ଦେୟ ବୃଦ୍ଧି କରିବାକୁ ଯାଉଥିବା ନିଷ୍ପତ୍ତି ପ୍ରତିବାଦରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଗତକାଲି ଆଭାସୀ ମାଧ୍ୟମରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବୃଦ୍ଧି ନିଷ୍ପତ୍ତିର ପ୍ରତ୍ୟାହାର ଦାବି କରି ବର୍ତ୍ତମାନର ପ୍ରଚଳିତ ବିଦ୍ୟୁତ ଦର ବଳବତ୍ତର ରଖିବାକୁ ଦାବିପତ୍ର ପ୍ରଦାନ କରିଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କୁ ଦାବୀପତ୍ର ପ୍ରଦାନ ସମୟରେ ତାଙ୍କ କାର୍ଯ୍ୟାଳୟରେ ଗ୍ରାହକ ପଞ୍ଚାୟତ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ମାଣିକଲାଲ୍ ବର୍ମା, ଜିଲ୍ଲା ଉପ ସଭାପତି ମହେଶ୍ୱର ସାହୁ, କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମିଶ୍ର, ଉମା ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗତକାଲି ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ଶଶିଭୂଷଣ ପୁରୋହିତ, ଇଂ କିଶୋର କୁମାର ସାହୁ, ଦିବାକର ହୋତା, ମହିଳା ସହ ସଂଯୋଜିକା ମିନାକ୍ଷୀ ନାଏକ ସୁନ୍ଦରଗଡ଼ ପ୍ରମୁଖ ଆଭାସୀ ବୈଠକରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.